BMC Photograph: (OTV)
ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଛନ୍ତି ମେୟର। ଏହି ଅଞ୍ଚଳରେ ଥିବା ସ୍ବାଦ ସଦନ ପ୍ରିମିୟମ, ଭାଇନା ହୋଟେଲକୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ହୋଇଛି।
ସେହିଭଳି ୟୁନିଟେକ୍ ଅଟୋ ୱର୍କସପ୍ ଓ ରିଲାଏନ୍ସକୁ ପଛପଟେ ଅଳିଆ ଗଦାଇବା ପାଇଁ ମଧ୍ୟ ୧ ଲକ୍ଷ ଟଙ୍କା ଫାଇନ ପଡ଼ିଛି। ଏହାଛଡା ଗୋଲ ଏଡୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନକୁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି।
• ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର
• ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ
• ଅଳିଆ ଗଦେଇଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/16/bmc-2025-12-16-14-43-10.jpg)