Advertisment

ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି। ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ…

author-image
Rajalaxmi Sahoo
ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

Lingaraja temple

ଭୁବନେଶ୍ୱର: ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛି। ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ ୭ ଜଣ ସେବାୟତ ଏଥିରେ ସାମିଲ ହେବେ। ଏହି ୭ ଜଣି‌ଆ ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ମନ୍ଦିର ପ୍ରଶାସନ ବିଏମ୍‌ସିକୁ ଜଣାଇବ।

Advertisment

ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନି। ସମସ୍ତ ନୀତି ପାଳନ ବେଳେ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୧୫ ତାରିଖ ଦିନ ଶିବ ବିବାହ ଅନୁଷ୍ଠିତ ହେବ।

ସେପଟେ ଆଜିଠୁ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ଆରମ୍ଭ ହେବ। ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ହେବ। ଜାତ ଭୋଗ ସହ ମଧ୍ୟାହ୍ନ ଧୂପ ଆଜି ଏକାଠି ଉଠିବ। ଜାତ ଭୋଗ ପରେ ମଦନମୋହନ ଓ ମା’ଲକ୍ଷ୍ମୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବା ପରେ ଜଳକ୍ରୀଡ଼ା ନୀତି ସମାପନ କରାଯିବ। ଭିତର ଚନ୍ଦନ ଯାତ୍ରାରେ ୪ଟି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୋଇଥାଏ। ଏକାଦଶୀ ତିଥିରେ ପ୍ରଥମ, ସାବତ୍ରୀରେ ଦ୍ୱିତୀୟ, ଶୀତଳ ଷଷ୍ଠୀ ଏବଂ ଶେଷରେ ରୁକୁଣା ହରଣ ଏକାଦଶୀରେ ଆଉ ଏକ ଜଳକ୍ରୀଡ଼ା ନୀତି ହୁଏ।

Advertisment
Advertisment
Advertisment