Advertisment

ଓଟିଭି ସୋସିଆଲ୍ ମିଡିଆ ଖବରକୁ ନେଇ ବିଏମ୍‌ସିର ପ୍ରତିକ୍ରିୟା

ଭୁବନେଶ୍ୱର: ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଏହି ପ୍ରେସ୍‌ ରିଲିଜରେ ଅଭିଯୋଗ କରି ବିଏମ୍ସି ସୋ-କଜ୍ ନୋଟିସ ଜାରି କରିଛି। ଏଥିସହ ପୋଲିସରେ ଅଭିଯୋଗ କରିଥିବା ଉଲ୍ଲେଖ କରିଛି। ତେବେ ଏହି ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ […]

ଅଦ୍ୟତନ ହୋଇଛି
ଓଟିଭି ସୋସିଆଲ୍ ମିଡିଆ ଖବରକୁ ନେଇ ବିଏମ୍‌ସିର ପ୍ରତିକ୍ରିୟା

social-media

Advertisment

ଭୁବନେଶ୍ୱର: ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଏହି ପ୍ରେସ୍‌ ରିଲିଜରେ ଅଭିଯୋଗ କରି ବିଏମ୍ସି ସୋ-କଜ୍ ନୋଟିସ ଜାରି କରିଛି। ଏଥିସହ ପୋଲିସରେ ଅଭିଯୋଗ କରିଥିବା ଉଲ୍ଲେଖ କରିଛି।

Advertisment

ତେବେ ଏହି ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ ମିିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଇଥିବା ଏକ ଭାଇରାଲ୍ ଅଡିଓରେ, ଜଣେ କରୋନା ରୋଗୀ, ନିଜ ବନ୍ଧୁଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ରହିବା ସମୟରେ ନିଜ ଅନୁଭୂତି କହୁଛନ୍ତି। ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯିବା ବେଳେ, ଓଟିଭି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହା ଏକ ଭାଇରାଲ୍ ଅଡିଓ। ଏ ସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।  ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ।

ସେହିପରି ବିଏମ‌ସି ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଥିବା ୩୦ ଜୁଲାଇର ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ଆମେ ସ୍ପଷ୍ଟ କରିବାକୁ ଚାହିଁ‍ବୁ। ଭିଡିଓଟି  ଭୁବନେଶ୍ୱର ବିଜେବି ନଗରସ୍ଥିତ ହରି ନଗର ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିଏମ୍‌ସିର କୋଭିଡ୍ ପରିଚାଳନାକୁ ନେଇ ଗୁରୁତର ଅଭିଯୋଗ ଉପରେ ଆଧାରିତ ଥିଲା। ଏ ପ୍ରସଙ୍ଗରେ ବିଏମ୍‌ସିର ପ୍ରତିକ୍ରିୟା ହସ୍ତଗତ ହେଲା ପରେ ଆମେ ତୁରନ୍ତ ତାକୁ ମଧ୍ୟ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲୁ।

Advertisment

ଏକ ଦାୟିତ୍ୱବାନ ନ୍ୟୁଜ୍ ଚ୍ୟାନେଲ୍ ଭାବରେ ଓଟିଭି ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛି। ଖବରକୁ ଅତିରଞ୍ଜିତ କରିବା କିମ୍ବା ମିଥ୍ୟା ତଥା ଭୁଲ୍ ଖବର ପ୍ରସାରଣ କରି TRP ବଢ଼ାଇବା ଓଟିଭିର  ଉଦ୍ଦେଶ୍ୟ ନୁହେଁ । ଦୀର୍ଘ ବର୍ଷ ଧରି ଦର୍ଶକୀୟ ଆଦୃତି ଏହା ପ୍ରମାଣିତ କରୁଛି।

କୋଭିଡ୍ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ମଧ୍ୟ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଯେ କୌଣସି ଗଣମାଧ୍ୟମର କର୍ତ୍ତବ୍ୟ। ଆମେ ଆମ ଦାୟିତ୍ୱ ଏବଂ କର୍ତ୍ତବ୍ୟରୁ  କେବେ ହେଲେ ବିଚ୍ୟୁତ  ହୋଇନାହୁଁ କିମ୍ବା ହେବୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ