Salia Sahi Eviction Photograph: (OTV)
ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା। ଉତ୍ତେଜନା ପରିସ୍ଥିତି ଉପୁଜିଛି। ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ସାଲିଆ ସାହିରେ ଉଚ୍ଛେଦ କରାଯାଉଛି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି ।
ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପ୍ରାୟ ୫୧୭ ଘର ଉଛେଦ କରାଯିବ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ରହିଛନ୍ତି ।
• ଉଚ୍ଛେଦ ହେବ ସାଲିଆ ସାହି
• ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା
• ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିମି ରାସ୍ତା ପାଇଁ ଉଚ୍ଛେଦ
• ଆଜିଠାରୁ ଆସନ୍ତା ୨୪ ଯାଏ ପ୍ରାୟ ୫୧୭ ଘର ଉଛେଦ ହେବ
• ଉଚ୍ଛେଦରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/18/salia-sahi-eviction-2025-11-18-11-02-39.jpg)