/odishatv-khabar/media/media_files/2026/01/19/sambalpur-beo-controversy-2026-01-19-18-16-43.jpg)
BEOଙ୍କ ଅହଂକାର: କହିଲେ, ମୁଁ ସ୍କୁଲଗୁଡିକର ମାଲିକ Photograph: (OTV)
ସେ ଜଣେ ସରକାରୀ କର୍ମଚାରୀ ପୁଣି ଶିକ୍ଷା ବିଭାଗର। ହେଲେ ତାଙ୍କ ଅହଂକାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ଏକ ସରକାରୀ କର୍ମଚାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର କାରଣ ହୋଇଛି।
ଘଟଣା ଘଟିଥିଲା ରେଢ଼ାଖୋଲ ଉପଖଣ୍ଡର ପଣ୍ଡଖିମାଳ ସ୍କୁଲରେ, ଯେଉଁଠାରେ ରୋପ୍ୟ ଜୟନ୍ତୀ ଅବସରରେ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସେ ମଞ୍ଚ ଚଢିଥିଲେ ଆଉ ଯାହା କହିଥିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଅଭିଭାଷଣରେ ସେ କହିଛନ୍ତି ,“ଏ ରେଢାଖୋଲ ଅଞ୍ଚଳରେ ଯେତେ ସ୍କୁଲ୍ ଅଛି, ସେ ସବୁର ମାଲିକ ମୁଁ।”
ଏହି ଦୃଶ୍ୟ ନିଶ୍ଚୟ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ କରିଛି। ସେ ହେଉଛନ୍ତି ରଞ୍ଜିତ ଭୋଇ, ଯିଏ ଶିକ୍ଷକ ଥିବାବେଳେ ବରଗଡ଼ ଏବଂ ଝାରବନ୍ଧରେ ନିଲମ୍ବିତ ହୋଇଥିଲେ। ନିଲମ୍ବନ ପରେ, ତାଙ୍କୁ ଦେବଗଡ଼ ଏବଂ ରିଆମାଳରେ ନିଯୁକ୍ତି ମିଳିଥିଲା ଏବଂ ସେ ପରେ ବଲାଙ୍ଗୀରକୁ ବଦଳି କରାଯାଇଥିଲା।
ତାଙ୍କର ପୂର୍ବ କାର୍ଯ୍ୟ ଦେଖି ଅଞ୍ଚଳର ଲୋକମାନେ ତିନି ମାସ ଧରି ତାଙ୍କୁ ନିଯୁକ୍ତି କରାଇଦେଇ ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)