Advertisment

World Cup Victory: ଝାଟିମାଟି ଘରର କଥାକୁହା ହୀରା, ଓଡ଼ିଶାରୁ ଯାଇ ଶ୍ରୀଲଙ୍କାରେ କମାଲ୍

ଛୋଟିଆ କୁଡ଼ିଆ ଘରେ ବଡ ହୋଇଛନ୍ତି। କାହାର ଶତ ପ୍ରତିଶତ ଦୃଷ୍ଟିଶକ୍ତି ନାହିଁ, ଦୁନିଆକୁ ଭଲକି ଦେଖିପାରନ୍ତିନି। କିନ୍ତୁ ମହିଳା ବିଶ୍ବ କପ୍ ଜିତି ପୂରା ଭାରତ ପାଇଁ ଗର୍ବ ଆଣିଛନ୍ତି।

World Cup Victory

World Cup Victory Photograph: (OTV)

Advertisment

ଆଖିରେ ଦେଖିବାକୁ ଶକ୍ତି ନାହିଁ । କିନ୍ତୁ ଝାଟିମାଟି ଘରର ଏମାନେ କଥାକୁହା ହୀରା । ଫୁଲ, ବାସନ୍ତୀ, ଜମୁନା ଆଉ ପାର୍ବତୀ… ଏମାନେ ଚାଳଘରୁ ଚକଚକ୍ କରି ବିଶ୍ବକୁ ଉଜ୍ଜ୍ବଳ କରିଛନ୍ତି । କାହାର ଶତ ପ୍ରତିଶତ ଦୃଷ୍ଟିଶକ୍ତି ନାହିଁ, ଦୁନିଆକୁ ଭଲକି ଦେଖିପାରନ୍ତିନି । କିନ୍ତୁ ମହିଳା ଓ୍ବାଲ୍ଡ କପ୍ ଜିତି ପୂରା ଭାରତ ପାଇଁ ଗର୍ବ ଆଣିଛନ୍ତି । ଇଏ ହେଉଛନ୍ତି, ବାଲେଶ୍ଵର ରେମୁଣା ବ୍ଲକ ଶାଳବଣି ଗାଁର ଫୁଲ ସୋରେନ । ଫୁଲଙ୍କ ପ୍ରତିଭାର ବାସ୍ନାରେ ସାରା ଦେଶଟା ମହକାଉଛି । ଛୋଟିଆ କୁଡ଼ିଆ ଘରୁ ଗରିବୀ ସହ ବଢି, ମାତ୍ର ୧୮ ବର୍ଷ ବୟସରେ ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମର ଉପ ଅଧିନାୟିକା ହୋଇଥିଲେ । ଆଉ ଏବେ ଭାରତୀୟ ଟିମର ବିଜୟ ପରେ ସେ ଦେଶ ପାଇଁ ଗୌରବ ଆଣିଛନ୍ତି । ଝିଅର ସଫଳତା ଦେଖି ପରିବାର ବି ବେଶ୍ ଖୁସି ।

Advertisment

ପାର୍ବତୀ, ବାସନ୍ତୀ ଆଉ ଜମୁନା ଏମାନେ ସମସ୍ତେ ମୟୂରଭଞ୍ଜର ଝିଅ । ସମସ୍ତେ ଆଦିବାସୀ । ବାରିପଦା ସଦର ବ୍ଲକ ଭୋଦୁଶୋଷ ଗାଁରେ ଜମୁନାଙ୍କ ଘର ହୋଇଥିବା ବେଳେ ଉଦଳାର ସସକୁଲଗି ଗାଁର ବାସିନ୍ଦା ବାସନ୍ତୀ ହେମ୍ବ୍ରମ । ସେହିଭଳି ଖୁଣ୍ଟା ବ୍ଲକ ବାଲିମୁଣ୍ଡଳୀ ଗାଁରେ ରୁହନ୍ତି ପାର୍ବତୀ । ପାର୍ବତୀ ଦୁର୍ଘଟଣାରେ ଆଖି ହରାଇଥିଲେ । ସେହିଭଳି ଅନ୍ୟ ସମସ୍ତେ ମଧ୍ୟ ଦୃଷ୍ଟି ବାଧିତ । ତଥାପି ସମସ୍ତଙ୍କ ଇଚ୍ଛାଶକ୍ତି ସେମାନଙ୍କୁ ଜଣେ ଜଣେ ତାରକା ବାନାଇଦେଇଛି । ଶ୍ରୀଲଙ୍କାରେ ବିଶ୍ଵ ବିଜୟୀ ହୋଇ ଜାତୀୟ ପତାକା ଉଡ଼ାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏମାନଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ନୁହେଁ, କି ଏମାନେ ସାଧାରଣ ଲୋକଙ୍କ ପରି ଭଲକି ଦେଖିପାରନ୍ତିନି ।

ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ । ଦୃଷ୍ଟି ବାଧିତ ହୋଇ ଏହି ୪ ଜଣ ଯୁବତୀଙ୍କ ଉଚ୍ଛାଶକ୍ତି ଆଉ ଅଦମ୍ୟ ସାହସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

Advertisment
World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ