Advertisment

କେନ୍ଦ୍ରାପଡା ଜିଲ୍ଲାର ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବୈଜୟନ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଆଜି ସକାଳେ କେନ୍ଦ୍ରାପଡ଼ାରେ ପହଞ୍ଚି ପ୍ରଥମେ ରାଜନଗର ବ୍ଲକ ଗସ୍ତ କରିଥିଲେ। ୟାସରେ କ୍ଷତିଗ୍ରସ୍ତ ହୋଇଥିବା…

ଅଦ୍ୟତନ ହୋଇଛି
କେନ୍ଦ୍ରାପଡା ଜିଲ୍ଲାର ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବୈଜୟନ୍ତ

baijayant-Panda

Advertisment

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଆଜି ସକାଳେ କେନ୍ଦ୍ରାପଡ଼ାରେ ପହଞ୍ଚି ପ୍ରଥମେ ରାଜନଗର ବ୍ଲକ ଗସ୍ତ କରିଥିଲେ। ୟାସରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବ୍ଲକର ଗୁପ୍ତି, ସାତଭାୟା, ପଞ୍ଚୁବରାହି ଆଦି ଅଂଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ବୈଜୟନ୍ତ ବାତ୍ୟା କ୍ଷତଗ୍ରସ୍ତଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ।

Advertisment

ସେହିପରି ଅପରାହ୍ନରେ ରାଜକନିକା ବରାଡ଼ିଆ ପଂଚାୟତର ଉପୁଳାଇ ଗାଁକୁ ଯାଇ ପାଣି ଘେରରେ ଥିବା ବାତ୍ୟା ପ୍ରଭାବିତଙ୍କୁ ଭେଟି ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ବେଳେ ବୈଜୟନ୍ତଙ୍କ ସହ ସ୍ଥାନୀୟ ବିଜେପି ନେତ୍ରୀ କଳ୍ପନା ମଲ୍ଲିକ, କୃଷ୍ଣଚନ୍ଦ୍ର ପଣ୍ଡା, ସଲିମ ଖାଁ ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ପ୍ରମୁଖ ସାମିଲ ଥିଲେ।

Cyclone Yaas 2021 Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ