Advertisment

ବ୍ରହ୍ମପୁରରେ ବିଜେପିର ବିଶାଳ ଜନଜାଗରଣ ଶୋଭାଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପିର ବିରାଟ ଶୋଭାଯାତ୍ରା। ନାଗରିକତା ସଂଶୋଧନ ଆଇନ CAA ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏ ସମ୍ପର୍କରେ ଅବଗତ କରାଉଛି ବିଜେପି । ଲୋକଙ୍କ ବିଶାଳ ସମାଗମ ହିଁ ଏବେ CAAକୁ ନେଇ ଲୋକଙ୍କ ସମର୍ଥନ ଥିବା […]

ବ୍ରହ୍ମପୁରରେ ବିଜେପିର ବିଶାଳ ଜନଜାଗରଣ ଶୋଭାଯାତ୍ରା

bjp

Advertisment

ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପିର ବିରାଟ ଶୋଭାଯାତ୍ରା। ନାଗରିକତା ସଂଶୋଧନ ଆଇନ CAA ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

Advertisment

publive-imageନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏ ସମ୍ପର୍କରେ ଅବଗତ କରାଉଛି ବିଜେପି । ଲୋକଙ୍କ ବିଶାଳ ସମାଗମ ହିଁ ଏବେ CAAକୁ ନେଇ ଲୋକଙ୍କ ସମର୍ଥନ ଥିବା ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି । ଆଜି ସହରର କମାପଲ୍ଲୀ ଛକରୁ ବାହାରି ଏହି ବିଶାଳ ସଚେତନ ଶୋଭାଯାତ୍ରା ରାମଲିଙ୍ଗମ୍ ଟ୍ୟାଙ୍କ ରୋଡ୍ ଯାଏ ଚାଲିବ ଏହି ରାଲି ।

ଏଠାରେ ଏକ ସାଧାରଣ ସଭାର ବି ଆୟୋଜନ କରାଯାଇଛି । ଏହି ସଚେତନ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନତା ଓ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକରୁ ଦଳୀୟ କର୍ମୀ ଓ ନେତା ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। CAAକୁ ନେଇ ସାରା ଦେଶରେ ସଚେତନତା କାର୍ଯ୍ୟକ୍ରମ କରୁଛି ବିଜେପି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ