nadda
ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ମିଶନ ୨୦୨୪। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ଏବଂ ସରକାର କରିବା ବେଶୀ ଦୂର ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆସନ୍ତା ନିର୍ବାଚନରେ ୫୦ ପ୍ରତିଶତ ଭୋଟ୍ ହାସଲ କରିବାକୁ ଟାର୍ଗେଟ ଦେଇଛନ୍ତି ନଡ୍ଡା।
ସେ କହିଛନ୍ତି, ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୨୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ୨୦୧୪ ତୁଳନାରେ ୨୦୧୯ରେ ବେଶ ଭଲ ପ୍ରଦର୍ଶନ କରିଛି ବିଜେପି।
ଦଳକୁ ୨୦୧୪ ବିଧାନସଭା ନିର୍ବାଚନରେ ୧୮ ପ୍ରତିଶତ ଓ ୨୦୧୯ରେ ୩୨ ପ୍ରତିଶତ ଭୋଟ୍ ମିଳିଥିଲା। ଆଗାମୀ ଦିନରେ ଏହାକୁ ୫୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିବା ଦରକାର ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏହା ସହ ଦଳୀୟ କାର୍ଯ୍ୟକର୍ତ୍ତା ନିଜ ପ୍ରଭାବ ଏବଂ ପରିପକ୍ୱତା ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି।
ସେହିପରି ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ରାଜ୍ୟ ସଭାପତି ସମୀର ମହନ୍ତି। ଦୋଷ ତ୍ରୁଟି ଧରିଲେ ସରକାରୀ ନାଲି ଆଖି ଦେଖାଉଥିବା ସେ କହିଛନ୍ତି। ହେଲେ ଏହାକୁ ବିଜେପି କର୍ମୀ ଡରିବେ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nadda_1625356112.jpg)