Advertisment

ପରୀକୁ ନ୍ୟାୟ ଦେବାକୁ ଦାବି; ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ପରୀକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସଂପୃକ୍ତ ନେଇ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ସିବିଆଇ ତଦନ୍ତ କରାଇବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ବିଜେପି ବିଧାୟକମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜଭବନରୁ ବାହାରିବା ପରେ […]

author-image
Otv Khabar Bureau
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ପରୀକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସଂପୃକ୍ତ ନେଇ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ସିବିଆଇ ତଦନ୍ତ କରାଇବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି।

Advertisment

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ବିଜେପି ବିଧାୟକମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜଭବନରୁ ବାହାରିବା ପରେ ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ପରୀର ବାପାମାଆ ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ବିଜେପି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା। ହେଲେ ସରକାର ତାହା ନ କରି ଭୟରେ ଆଗୁଆ ବିଧାନସଭା ବନ୍ଦ ଘୋଷଣା କରି ଦେଲେ ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି।

ଗୋଟିଏ ବର୍ଷରେ ବିଧାନସଭା ଅତି କମ୍‌ରେ ୬୦ ଦିନ ଚାଲିବା କଥା। ହେଲେ ସରକାର ସମ୍ବିଧାନକୁ ନ ମାନି ବିଧାନସଭାକୁ ବନ୍ଦ କରିଦେଲେ। ଏ ପ୍ରସଙ୍ଗରେ ମଧ୍ୟ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ପ୍ରଦୀପ୍ତ କହିଛନ୍ତି।

Advertisment

ଅନ୍ୟପକ୍ଷରେ, ନୟାଗଡ଼ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ABVP କର୍ମୀ ବିକ୍ଷୋଭ କରିଛନ୍ତି। ଆଜି ABVP କର୍ମୀମାନେ ଭୁବନନେଶ୍ୱର ସ୍ଥିତ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରିବାକୁ ଉଦ୍ୟମ କରିିଥିଲେ। ABVP କର୍ମୀମାନେ ଅରୁଣ ସାହୁଙ୍କ ବାସଭବନ ଅଭିମୁଖେ ରାଲିରେ ଆସୁଥିବା ବେଳେ ୫୦ରୁ ଅଧିକ ଏବିଭିପି କର୍ମୀଙ୍କୁ ଗିରଫ କରାଯାଇଛି।

Advertisment
Advertisment