Advertisment

ପରୀ ପାଇଁ ରାଜରାସ୍ତାରେ ବିଜେପିର ହାଲ୍ଲାବୋଲ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଜେପି  ମହିଳା ମୋର୍ଚ୍ଚାର ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା। ଏଇ ଦୁଇ ଦାବିରେ ଆଜି ଦୁଇ ଦଫାରେ ମନ୍ତ୍ରୀ ଅରୁଣଙ୍କ ବାସଭବନକୁ ଟାର୍ଗେଟ୍ କରିଥିଲା ମହିଳା ମୋର୍ଚ୍ଚା। ଧସେଇ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ। ଆଉ ପ୍ରତିଥର ମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା […]

author-image
Otv Khabar Bureau
ପରୀ ପାଇଁ ରାଜରାସ୍ତାରେ ବିଜେପିର ହାଲ୍ଲାବୋଲ

bjp

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଜେପି  ମହିଳା ମୋର୍ଚ୍ଚାର ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା।

Advertisment

ଏଇ ଦୁଇ ଦାବିରେ ଆଜି ଦୁଇ ଦଫାରେ ମନ୍ତ୍ରୀ ଅରୁଣଙ୍କ ବାସଭବନକୁ ଟାର୍ଗେଟ୍ କରିଥିଲା ମହିଳା ମୋର୍ଚ୍ଚା। ଧସେଇ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ। ଆଉ ପ୍ରତିଥର ମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା ଦେବାକୁ ଯାଇ ନାକେଦମ୍ ହୋଇଥିଲା କମିଶନରେଟ୍ ପୋଲିସ୍।

ଆଉ ଏପଟେ ପରୀ ପାଇଁ ଲଢ଼େଇକୁ ଲୋକଙ୍କ ପାଖକୁ ନେବାକୁ ବ୍ଲୁ ପ୍ରିଣ୍ଟ କରିଛି ବିଜେପି। ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ନିର୍ବାଚନ ମଣ୍ଡଳୀ ଓ୍ୱାରୀ ପଦଯାତ୍ରା ପାଇଁ ଘୋଷଣଆ କରିଛି ଦଳ। ହେଲେ ଏହି ପ୍ରସଙ୍ଗରେ କଂଗ୍ରେସର ଟାର୍ଗେଟ୍‌ରେ ମନ୍ତ୍ରୀ ଅରୁଣ ନୁହଁନ୍ତି ସିଧା ମୁଖ୍ୟମନ୍ତ୍ରୀ। ପରୀ ଭଳି ରାଜ୍ୟରେ ଅନେକ ଘଟଣା ଘଟୁଛି, ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ।

Advertisment

ଅପରପକ୍ଷରେ ପରୀ ହତ୍ୟାର ଗୁମର ଖୋଲିବାକୁ ହାଇକୋର୍ଟଙ୍କ ଗ୍ରୀନ୍‌ସିଗ୍ନାଲ୍ ବିନା ଏସ୍ଆଇଟି ତଦନ୍ତ ଜାରି ରହିଥିବା ବେଳେ ଆଜି ବଳି ଥିଓରୀକୁ ପୁଣି ଦୋହରାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ସମ୍ବଲପୁର ଗସ୍ତରେ ଥିବା ବେଳେ ଆୟୋଗ ଅଧ୍ୟକ୍ଷା କହିଛନ୍ତି, ନୟାଗଡ଼ କନ୍ଧମାଳ ଅଞ୍ଚଳରେ ବଳି ଅନ୍ଧବିଶ୍ୱାସ ରହିଛି। ଅଙ୍ଗ ପ୍ରତିରୋପଣ ସଂଭାବନା କମ୍। ଏପରିକି ପରିକୁ ବଳି ସହ ଦୁଷ୍କର୍ମ ବି ହୋଇଥାଇପାରେ ବୋଲି କହିଛନ୍ତି ସଂଧ୍ୟାବତୀ। ହେଲେ ସଂଧ୍ୟାବତୀଙ୍କ ମନ୍ତବ୍ୟକୁ ନାପସନ୍ଦ କରି ପରୀ ମା କହିଛନ୍ତି, ତଦନ୍ତଙ୍କୁ ବାଟବଣା ପାଇଁ ସେ ଏପରି କହୁଥାଇପାରନ୍ତି।

ପରୀ ହତ୍ୟା ଘଟଣାକୁ ୪ ମାସ ପରେ ଏସ୍‌ସିପିସିଆର୍ ଅଧ୍ୟକ୍ଷା ମାତ୍ର ଥରୁଟିଏ ନୟାଗଡ଼ ଗସ୍ତ କରି ବଳି ସହିତ ଦୁଷ୍କର୍ମ ଥିଓରୀ ସାମ୍ନାକୁ ଆଣିବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

Advertisment
Advertisment