Advertisment

Jaynarayan Mishra Statement: ‘ଦୁର୍ବଳ ହେଲାଣି ବିଜେଡି’, ଦୁର୍ବଳ ବିଜେଡିକୁ ସାଲାଇନ୍ ଦେବ ବିଜେପି

‘ଦୁର୍ବଳ ହେଲାଣି ବିଜେଡି’। ଦୁର୍ବଳ ବିଜେଡିକୁ ସାଲାଇନ୍ ଦେବ ବିଜେପି। ଚର୍ଚ୍ଚାରେ ବିଧାୟକ ଜୟନାରାୟଣଙ୍କ ‘ସାଲାଇନ୍’ ବୟାନ। ସାଲାଇନ୍ ନୁହେଁ ମଲ୍ଟି ଅର୍ଗାନ ଫେଲିଓର୍ କହିଲେ ବଳଭ୍ରଦ ମାଝୀ। ସମୀକ୍ଷକଙ୍କ ଆକଳନ କଂଗ୍ରେସକୁ ଦବେଇ ରଖିବାକୁ ଚାଲ୍।

author-image
Pramod Behera
Jaynarayan Mishra Statement

‘ଦୁର୍ବଳ ହେଲାଣି ବିଜେଡି’, ଦୁର୍ବଳ ବିଜେଡିକୁ ସାଲାଇନ୍ ଦେବ ବିଜେପି Photograph: (OTV)

ଦୁର୍ବଳ ହେଇଗଲାଣି ବିଜେଡି। ସାଲାଇନ୍ ଦେବ ବିଜେପି। ବିଜେଡି ବୁଡ଼ି ଯାଉ ବୋଲି ବିଜେପି ଚାହୁଁନାହିଁ। ସେଥିପାଇଁ ଆବଶ୍ୟକ ପଡିଲେ ସାଲାଇନ୍ ଦିଆଯିବ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ପରେ ତେଜିଛି ରାଜନୀତି। ସେପଟେ ବିଜେପି ସାଂସଦ ବଳଭଦ୍ର ମାଝି କହିଛନ୍ତି ବିଜେଡିର ମଲ୍ଟି ଅର୍ଗାନ ଫେଲିଓର, ସାଲାଇନ୍ ବି କାମ ଦେବନି। 

Advertisment

ଅନ୍ୟପଟେ ବିଜେଡି କହିଛି ସମୟ କହିବ କାହାକୁ ସାଲାଇନ୍ ଲାଗିବ। ସମୀକ୍ଷକଙ୍କ ମତ ହେଲା କଂଗ୍ରେସ କାଳେ ପୁଣି ସକ୍ରିୟ ହୋଇଉଠିବ ସେଥିପାଇଁ ବିଜେଡିକୁ ବଞ୍ଚାଇ ରଖିବାକୁ ଚାହୁଁଛି ବିଜେପି।

'ସାଲାଇନ୍ ଭରସାରେ ବିଜେଡି'। 'ବିଜେପି ଚାହୁଁଛି ବିଜେଡି ବଞ୍ଚିରହୁ'। ସେଥିପାଇଁ ଆବଶ୍ୟକ ପଡିଲେ 'ସାଲାଇନ୍ ବି ଦେବ ବିଜେପି'। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏହି ବୟାନ ପରେ ତେଜିଛି ରାଜନୀତି। ସତରେ କଣ ବିଜେଡି ପୂରା ପୂରି ଅସୁସ୍ଥ ହୋଇଗଲାଣି ? ଆୟୁ ସରି ସରି ଆସୁଛି କି ? ଶଙ୍ଖଦଳକୁ ନେଇ ଜୟନାରାୟଣଙ୍କ ସାଲାଇନ୍ ଉପାଖ୍ୟାନ ପରେ ସେଥିରେ ଛୁଙ୍କ ମାରିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ। 

Advertisment

ସେ କହିଛନ୍ତି ବିଜେଡିର ମଲ୍ଟି ଅର୍ଗାନ ଫେଲିଓର। ବିଜେଡି ପ୍ରାୟ ସରି ସରି ଆସିଲାଣି, ସାଲାଇନ୍ ଦେଲେ ବି ଦଳ ଆଉ ବଞ୍ଚିବ ନାହିଁ। ବିଜେଡି ଅସ୍ତିତ୍ବକୁ ନେଇ ଦୁଇ ବିଜେପି ନେତାଙ୍କ ଏଭଳି କଡା କଟାକ୍ଷ ଭିତରେ କିନ୍ତୁ ବିଜେଡି କହିଛି କାହାକୁ ସାଲାଇନ୍ ଲାଗିବ ଆଉ କାହାର ମଲ୍ଟି ଅର୍ଗାନ ଫେଲିଓର ତାହା ସମୟ କହିବ। ନୂଆପଡା ଉପନିର୍ବାଚନ ଫଳାଫଳରୁ ବିଜେପି ଅଧିକ ଉତ୍ସାହିତ ନହେଉ।

ଏଠି ପ୍ରଶ୍ନ କାହିଁକି ବିଜେଡି ପାଇଁ ଏଭଳି ସାଲାଇନ୍ ଉପାଖ୍ୟାନ ଯୋଡିଲେ ବିଜେପିର ଦୁଇ ବରିଷ୍ଠ ନେତା। ୨୦୨୪ ବିପର୍ଯ୍ୟୟ ପରେ ଶଙ୍ଖଦଳରେ ଅସ୍ଥିରତା ଲାଗିରହିଛି। କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାଁନ୍ତି। ୨୦୨୪ ପରଠୁ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଂସଦମାନେ ଦଳ ଛାଡୁଛନ୍ତି। ବରିଷ୍ଠଙ୍କ ଠାରୁ ଯୁବ ନେତାଙ୍କ ଯାଏ ସମସ୍ତେ ଶୀର୍ଷ ନେତୃତ୍ବ ଉପରେ ପ୍ରଶ୍ନଚିହ୍ନ ଲଗାଇ ଚାଲିଛନ୍ତି। 

ଅମାନିଆଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଚମ୍ପୁଆ ଓ ପାଟକୁରା ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ। ମାତ୍ର ତାହା ବି ବୁମେରାଂ ହୋଇଛି ଦଳ ପାଇଁ। ମେଳି ମାଧ୍ୟମରେ ଅନେକ ନେତା ଶକ୍ତି ପ୍ରଦର୍ଶନ କରି ଶଙ୍ଖପତିଙ୍କୁ ଚମକାଉଛନ୍ତି। ଯେଉଁଥି ପାଇଁ ଦଳ ଏବେ ବିଭାଜନ ମୁହାଁ ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି କେବେ ଚାହିଁବନି ବିଜେଡି ସମ୍ପୂର୍ଣ୍ଣ ବୁଡିଯାଉ। ଯଦି ଏହା ହୁଏ ତେବେ କଂଗ୍ରେସକୁ ଅଧିକ ମାଇଲେଜ ମିଳିବ, ଯାହାକି ବିଜେପି ପାଇଁ ଘାତକ ହୋଇପାରେ।

ଏବେ ଦେଖିବାର କଥା ଦଳ ଭିତରେ ଲାଗିରହିଥିବା ବିଦ୍ରୋହକୁ ନବୀନ କେମିତି ମ୍ୟାନେଜ କରୁଛନ୍ତି। ଆଉ କେମିତି ଦଳକୁ ସଙ୍ଗଠିତ କରୁଛନ୍ତି।

BJP Odisha Politics Odisha News
Advertisment
Advertisment