Advertisment

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ […]

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

radharani panda

Advertisment

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି।

Advertisment

ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି।

ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ୨୦୧୪ରେ ବିଜେପି ଟିକେଟ୍‌ରେ ସେ ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ସେ ପରାଜିତ ହୋଇଥିଲେ।

Advertisment
BJP BJP Leader Bjp Leader Odisha Radharani Panda Radharani Panda Hospitalised Radharani Panda Hospitalised News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ