Advertisment

ପ୍ରଦୀପଙ୍କ ବହିଷ୍କାର ଓ ଗିରଫ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ଓ କ୍ରାଇମବ୍ରାଞ୍ଚର ଗିରଫ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏନେଇ ସେ କହିଛନ୍ତି ଯେ, ବିଜେଡି ସରକାରରେ ଚଟୁ ଆଇଁଷ, ବେଣ୍ଟ ନିରାମିଷ ନୀତି ଚାଲିଛି। ଗୋଟିଏ ସରକାରରେ ଦୀର୍ଘ ୨୦ ବର୍ଷ ଧରି ପ୍ରଦୀପ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଦେଲେ। ସମସ୍ତ ସୁବିଧା ସୁଯୋଗ ଦେଇ ମଣିଷ କଲେ। ଏବେ ତାଙ୍କୁ ଭ୍ରଷ୍ଟାଚାରୀ ବୋଲି ଆଖ୍ୟା ଦେଇ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ପ୍ରଦୀପଙ୍କ ବହିଷ୍କାର ଓ ଗିରଫ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

lekhashree

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ଓ କ୍ରାଇମବ୍ରାଞ୍ଚର ଗିରଫ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏନେଇ ସେ କହିଛନ୍ତି ଯେ, ବିଜେଡି ସରକାରରେ ଚଟୁ ଆଇଁଷ, ବେଣ୍ଟ ନିରାମିଷ ନୀତି ଚାଲିଛି। ଗୋଟିଏ ସରକାରରେ ଦୀର୍ଘ ୨୦ ବର୍ଷ ଧରି ପ୍ରଦୀପ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଦେଲେ। ସମସ୍ତ ସୁବିଧା ସୁଯୋଗ ଦେଇ ମଣିଷ କଲେ। ଏବେ ତାଙ୍କୁ ଭ୍ରଷ୍ଟାଚାରୀ ବୋଲି ଆଖ୍ୟା ଦେଇ ଗିରଫ କରାଇ ଜେଲ୍ ପଠାଇ ଦେଲେ ବୋଲି ଲେଖାଶ୍ରୀ କହିଛନ୍ତି। ପ୍ରଦୀପ ଯେତିକି ପରିମାଣର ଦୋଷୀ ମୁଖ୍ୟମନ୍ତ୍ରୀ ମଧ୍ୟ ସମପରିମାଣର ଦୋଷୀ ବୋଲି କହିଛନ୍ତି ଲେଖାଶ୍ରୀ।

Advertisment

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ  ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଆକ୍ରୋଶ ରଖି ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୁର ସୁର କହିଛନ୍ତି। ସେପଟେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି,ତାକୁ ଆମେ ସ୍ୱାଗତ କରୁଛୁ। ତଦନ୍ତ ଚାଲିଛି, ଆଇନ ତା ବାଟରେ ଯିବ।

Advertisment
Advertisment