Advertisment

ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର: ବିଜୟ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ହେବା ପରେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏ ନେଇ ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ମିଛ କହିନାହାନ୍ତି। ମୁଷ୍ଟିମେୟ ଅଫିସରଙ୍କ ଔଧତ୍ୟ ଓ ଅହଂକାର ବଢ଼ି ଯାଇଛି। ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଅଭୟ ପାଠକ କେତେ କାମ କରୁଥିଲେ, କେହି […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର: ବିଜୟ

bijoy-mohaptra

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ହେବା ପରେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏ ନେଇ ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ମିଛ କହିନାହାନ୍ତି। ମୁଷ୍ଟିମେୟ ଅଫିସରଙ୍କ ଔଧତ୍ୟ ଓ ଅହଂକାର ବଢ଼ି ଯାଇଛି। ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ବିଜୟ ମହାପାତ୍ର କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ  ଅଭୟ ପାଠକ କେତେ କାମ କରୁଥିଲେ, କେହି କଣ ଜାଣିପାରୁନଥିଲେ ? କିଛି ଅଫିସରଙ୍କ ଅହଂକାର ପାଇଁ ତାଙ୍କୁ ମୋହରା କରାଗଲା। ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର ବୋଲି ବିଜୟ କହିଛନ୍ତି।

ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଏନେଇ ପ୍ରେସ୍ ରିଲିଜ ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ପ୍ରଦୀପ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ଯଦି କରିଛି, ପାର୍ଟି ତା’ର ସ୍ପଷ୍ଟୀକରଣ ଦେଉ ବୋଲି ବହିଷ୍କାର ପରେ କହିଥିଲେ ପ୍ରଦୀପ। ସେହିପରି ଏହି ଘଟଣାକୁ ନିନ୍ଦା କରିଥିଲା ବିଜେପି। ପରୀ ପ୍ରସଙ୍ଗ ଏଡ଼ାଇବା ପାଇଁ ଏପରି କରାଯାଇଥିବା ବିଜେପି କହିଥିଲା।

Advertisment
Advertisment