Advertisment

ନବୀନଙ୍କୁ ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର: ଗତକାଲି ଆଉ ୯ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କୁ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲା ବେଳେ ନବୀନ କହିଥିଲେ ଯେ ତାଙ୍କ (ଅନୁଭବ ମହାନ୍ତି) ପାଖରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ, ଯେମିତିକି ଦୁଇ ଦୁଇଟି […]

ନବୀନଙ୍କୁ ଜବାବ ଦେଲେ ବୈଜୟନ୍ତ

JAYPANDA

Advertisment

ଭୁବନେଶ୍ୱର: ଗତକାଲି ଆଉ ୯ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କୁ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲା ବେଳେ ନବୀନ କହିଥିଲେ ଯେ ତାଙ୍କ (ଅନୁଭବ ମହାନ୍ତି) ପାଖରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ, ଯେମିତିକି ଦୁଇ ଦୁଇଟି ଦରମା ଓ ମାଇନିଂ କମ୍ପାନୀ ପାଇଁ କାମ କରିବା। ବୈଜୟନ୍ତ ପଣ୍ଡାଙ୍କୁ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ ଏ କଥାଟି କହିଥିଲେ। ପୂର୍ବରୁ ବିଜେଡି ବୈଜୟନ୍ତଙ୍କ ନାଁରେ ଗତ ନିର୍ବାଚନ ବେଳେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କ ଏହି କଟାକ୍ଷର କଡ଼ା ଜବାବ ଦେଇଛନ୍ତି ବୈଜୟନ୍ତ। ସେ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏତେ ତଳକୁ ଖସି ଯିବେ ବୋଲି ମୁଁ କେବେ ଭାବି ନଥିଲି। ସେ ଓ ସମସ୍ତେ ମୋ ପରିବାରର ୬୦ବର୍ଷର ଶିଳ୍ପ ସଂସ୍ଥା ସମ୍ପର୍କରେ ଅବଗତ ଥିବେ। ସ୍ୱର୍ଗତ ବିଜୁ ଅଙ୍କଲ୍‌ ମଧ୍ୟ ଅନେକ ଦଶନ୍ଧି ଧରି ମୋ ପରିବାର ସହ ଘନିଷ୍ଠ ଓ ନିର୍ଭରଶୀଳ ଥିଲେ।

ଏହା ସହିତ ବୈଜୟନ୍ତ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି,“କୌଣସି କମ୍ପାନୀ ଗଠନ ହେବାର ବର୍ଷେ ପୂର୍ବରୁ ତାକୁ ଖଣି ଲିଜ୍‌ ଦେବାରେ ମୋର ସମ୍ପୃକ୍ତି ନାହିଁ।”

Advertisment

ସୂଚନାଯୋଗ୍ୟ, ନବୀନ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିବା ବେଳେ ଏକ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ୧୯୯୯ ମସିହାରେ ପଞ୍ଜୀକୃତ କଂପାନୀକୁ ୧୯୯୮ରେ କୋଲ ବ୍ଲକ୍‌ ଆବଣ୍ଟନ କରାଯାଇଥିବା ଅଭିଯୋଗ ଆସିଥିଲା। କୋଲ୍ ବ୍ଲକ୍‌ ଆବଣ୍ଟନର ଏହି ମାମଲା ଏବେ ସିବିଆଇ ତଦନ୍ତ ପରିସରଭୁକ୍ତ ଅଛି। ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଥିବା ତଥ୍ୟ କିଛି ଦିନ ତଳେ ପଦାକୁ ଆସିଥିଲା। ଏହି ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି।

ସୂଚନାଯୋଗ୍ୟ, ବିଜେପି ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଗତକାଲି ଏଠାରୁ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ