bjp
କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା।
ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନପାରିବାରୁ ସେଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ୍ ହେଲିକପ୍ଟଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। ପରେ ପ୍ରଶାସନ ବିଜେଡି ପକ୍ଷରୁ ଚାଲିଥିବା ଏକ ସଭା ନିକଟ ପଡ଼ିଆରେ ହେଲିକପ୍ଟରକୁ ଅବତରଣ କରିବାକୁ ଅନୁମତି ଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-123-2_1626760569.jpg)