Advertisment

କରୋନା ମୃତକ ସଂଖ୍ୟାକୁ ନେଇ ଶ୍ୱେତପତ୍ର ପାଇଁ ବିଜେପିର ଦାବି

ଭୁବନେଶ୍ୱର : କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି  ବିଜେପି । ରାଜ୍ୟରେ କୋଭିଡ୍‌ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

author-image
Pramod Behera
କରୋନା ମୃତକ ସଂଖ୍ୟାକୁ ନେଇ ଶ୍ୱେତପତ୍ର ପାଇଁ ବିଜେପିର ଦାବି

Mohan Majhi

ଭୁବନେଶ୍ୱର : କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି  ବିଜେପି । ରାଜ୍ୟରେ କୋଭିଡ୍‌ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଆଜି ଏକ ପ୍ରେସ୍ ମିଟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୋହନ ମାଝୀ। ୩ଟି ଦାବି ନେଇ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ସେ ସୂଚନା  ଦେଇଛନ୍ତି।

Advertisment

୨୦୨୦ ଏବଂ ୨୦୨୧ରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ତା’ର ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ ଆୟୁଷମାନ ଯୋଜନା ଲାଗୁ କରାଯାଉ। ତା’ ସହ ୨୦୦୫ ଡିଜାଷ୍ଟର ଆକ୍ଟ ଅନୁସାରେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ପରିବାର ବର୍ଗଙ୍କ ଲାଗି କ୍ଷତି ପୂରଣ ଘୋଷଣା କରନ୍ତୁ ବୋଲି ବିଜେପି କହିଛି । ତେବେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି।

ପ୍ରକାଶଥାଉ ଯେ ଆଜି ଗୋଟିଏ ଦିନରେ ୩,୪୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି। ଗତକାଲି ୩୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୪୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩,୫୫୦କୁ ଛୁଇଁଛି।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଲେଖାଏଁ, ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଂଜ, ନୂଆପଡ଼ାରୁ ୨ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୫୬୫ ହୋଇଥିବାବେଳେ ବରଗଡରେ ମୃତ୍ୟୁ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିବାବେଳେ କଟକ ୨୩୨, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୬୪,  ପୁରୀ ୧୯୪, ସୁନ୍ଦରଗଡ଼ ୩୨୬, କେନ୍ଦ୍ରାପଡ଼ା ୭୨, ରାୟଗଡ଼ା ୧୩୯,  ମୟୂରଭଂଜରେ ମୃତ୍ୟୁ ସଂଖ୍ୟା ୧୧୪ ଛୁଇଁଛି।

Advertisment
Advertisment