Advertisment

ଧର୍ମଶାଳା ବିଡିଓ ମିଥ୍ୟା ସତ୍ୟାପାଠ ଦାଖଲ କରିଛନ୍ତି: ଲେଖାଶ୍ରୀ

ଯାଜପୁର: ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି ବିଡିଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଯାହାର ପ୍ରମାଣ ଆଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ। ବାଦ୍ ପଡ଼ିଥିବା ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ସତ୍ୟପାଠରେ ପକ୍କା […]

ଅଦ୍ୟତନ ହୋଇଛି
ଧର୍ମଶାଳା ବିଡିଓ ମିଥ୍ୟା ସତ୍ୟାପାଠ ଦାଖଲ କରିଛନ୍ତି: ଲେଖାଶ୍ରୀ

lekha

Advertisment

ଯାଜପୁର: ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି ବିଡିଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଯାହାର ପ୍ରମାଣ ଆଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ।

Advertisment

ବାଦ୍ ପଡ଼ିଥିବା ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ସତ୍ୟପାଠରେ ପକ୍କା ଘର ଦର୍ଶାଯାଇଛି। କିଛି ଲୋକଙ୍କ ପାଖରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ସତ୍ୟପାଠରେ ଅଧିକ ବିଦ୍ୟୁତ୍ ବ୍ୟବହାର ନେଇ ଦର୍ଶାଯାଇଛି। ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ। ମହିସରା ପଞ୍ଚାୟତ କଣ୍ଟ୍ରୋଲ ଡିଲର୍ କାଞ୍ଚନ କବି ନିଜେ ରାସନ୍ କାର୍ଡ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି।

ସେପଟେ ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ଧର୍ମଶାଳା ବିଡିଓଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଏନେଇ ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର। ନିୟମ ଅନୁସାରେ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, ଯଦି କେଉଁଠି ନିର୍ଦ୍ଦିଷ୍ଟ କିଛି ଅଭିଯୋଗ ଥାଏ ତେବେ ଏନେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ