bjp
ପୁରୀ: ପିପିଲି ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି ବିଜେପି। ତାଲିକାରେ ବିଜେପି ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ରହିଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି।
ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର, ସାଂସଦ ଜୁଏଲ ଓରାମଙ୍କ ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ, ବିଜୟ ମହାପାତ୍ର, ସମ୍ବିତ ପାତ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ,ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରକାଶ ମିଶ୍ରଙ୍କ ନାଁ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି।
ସେପଟେ ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର। ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି। ପିପିଲି ବାସୀଙ୍କ ଆଶୀର୍ବାଦ ରହିଛି, ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ରୁଦ୍ର କହିଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ଖାଲି ପିପିଲି ନୁହେଁ, ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡିର ହେଭିୱେଟ୍ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏଇ ଆସନ ଦଖଲ ପାଇଁ ଚଲାଇଛନ୍ତି ପାଗଭିଡ଼ା। ରାଜ୍ୟରେ ବିଜେଡି ଶାସନର ମୂଳଦୂଆ ପଡ଼ିବା ପରଠୁ ଏଠି ବି ଲଗାତର ମହାରଥୀ ଶାସନ ଚାଲିଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ବଡ଼ ପଦରେ ମନ୍ତ୍ରୀ ବି ହୋଇଛନ୍ତି ମହାରଥୀ। ହେଲେ ପିପିଲି ପାଇଛି କଣ? ଏମିତି କିଛି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବି ବେଶ ଆଲୋଚନା ମଧ୍ୟ ହେଉଛି।
ତେବେ ପିପିଲି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ମଧ୍ୟ ସେତିକି ସେତିକି ବଢୁଛି। ହେଲେ ଦେଖିବାକୁ ବାକି ରହିଲା କଂଗ୍ରେସ, ବିଜେପି ନାଁ ବିଜେଡି? କାହା ଉପରେ ଭରସା କରୁଛନ୍ତି ପିପିଲି ବାସୀ।
/odishatv-khabar/media/post_attachments/wp-content/uploads/2021/03/Exttm1OVoAM4nJK.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/30-jania-pracharaka_1626253780.jpg)