Bolangir
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବାବେଳେ ବଲାଙ୍ଗିରରେ ରାଜନୈତିକ ହିଂସା ଦେଖାଦେଇଛି।
ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଥିବା ବିଜେଡି ଅଫିସ୍ରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଜେଡିର ପ୍ରଫୁଲ୍ଲ ମେହର ନାମକ ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ ଆହତଙ୍କୁ ଡାକ୍ତରଖାନା ଯାଇ ଭେଟିବା ସହ ଘଟଣା ପାଇଁ କଂଗ୍ରେସକୁ ଦୋଷାରୋପ କରିଛନ୍ତି। ଏହି ଆକ୍ରମଣରେ ସାମିଲ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ର ଓ ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଏସ୍ପିଙ୍କୁ ସାକ୍ଷାତ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚନ୍ଦନଭଟା ଗାଁରେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bolangir_1626761173.jpg)