bjd
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହାପରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ଆସନରୁ ଆଶାୟୀ ଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଟିକେଟ୍ ନମିଳିବା ପରେ ତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଚିରି ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପାରଳାଖେମୁଣ୍ଡି ଆସନରେ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ଦେବା ପରେ ଏହି ଅସନ୍ତୋଷ ଦେଖାଦେଇଛି। କେ ନାରାୟଣରାଓଙ୍କୁ ଟିକେଟ୍ ନଦେଇ ଦଳ ତାଙ୍କୁ ଅପମାନିତ କରିଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd-122_1626758446.jpg)