sameer
ଭୁବନେଶ୍ୱର: ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ବି ପଦକ୍ଷେପ ନେଇନାହାନ୍ତି CEO।
ବିଜେପି ନା କେନ୍ଦ୍ର ସରକାର ଚାପରେ ପଦକ୍ଷେପ ନିଆଯାଉନାହିଁ ସେ ବିଷୟରେ ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ କହିଛି।
ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଗୁଇନ୍ଦା ଚିଠି ପ୍ରସଙ୍ଗରେ ଓକିଲଙ୍କ ମାଧ୍ୟମରେ ସେ ଲିଗାଲ ଡକ୍ୟୁମେଣ୍ଟ ପଠାଇଛନ୍ତି। ପୁଲିସ ତଦନ୍ତ କରିବ, କିନ୍ତୁ ପକ୍ଷପାତିତା କରିବା ଭଳି ଲାଗୁଛି ବୋଲି କହିଛନ୍ତି ସମୀର। ଏହି ପ୍ରସଙ୍ଗରେ ବିଜେଡି ବି ପ୍ରେସମିଟ୍ କରିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ନୋଟିସ୍ କରୁନି, ତାଙ୍କୁ ବି ପଚାରିବା ଦରକାର ବୋଲି ସମୀର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-10_1626339220.jpg)