Advertisment

''ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ"

ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି।

''ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ

pratap dev

Advertisment

ଭୁବନେଶ୍ୱର: ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି। SIT ଉପରେ ଯେଉଁ ପ୍ରଶ୍ନ ଉଠାଯାଇଛି, ତାହା ଭିତ୍ତିହୀନ। DGP ଙ୍କ ପାଖରେ କ୍ଷମତା ଅଛି, ସେ ଯାହାକୁ ବି ତଦନ୍ତ ପାଇଁ ଦାୟିତ୍ୱ ଦେଇପାରିବେ। ଯିଏ ଜାଣିନାହାନ୍ତି, ସେମାନେ ଆଇନ ପଢନ୍ତୁ ବୋଲି ପ୍ରତାପ କହିଛନ୍ତି। ତେବେ ପରୀ ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୀତି ଜୋର ଧରିଛି।

Advertisment

କଂଗ୍ରେସ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଦେବା ଲାଗି ପରୀ ପଦଯାତ୍ରା ନୟାଗଡ ଅଭିମୁଖେ ବାହାରିଛି । ସେପଟେ ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼ ବି ଆରମ୍ଭ କରିଛି। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।

ଗତକାଲି ପରିର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନଥିଲା। ଅଭିଯୁକ୍ତକୁ ନେଇ ପରୀର ଗାଁ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ମଧ୍ୟ ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇପାରେ।

Advertisment
Pari Hatya Mamala Statement Of Bjd In Pari Case Pratap Dev Statement In Pari Case Nayagarh Pari Case SIT Action In Pari Murder Case Justice For Pari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ