s
ଭୁବେଶ୍ୱର: ଆରମ୍ଭ ହୋଇଛି ରାଜ୍ୟସଭାର ହିସାବକିତାବ। ନିର୍ବାଚନ ପୂର୍ବରୁ ଥଇଥାନ ହୋଇଛନ୍ତି ଅନ୍ୟତମ ଆଶାୟୀ ସଂଜୟ ଦାଶବର୍ମା। ତାଙ୍କୁ ମିଳିଛି ଯୋଜନ ବୋର୍ଡ ଉପାଧ୍ୟକ୍ଷ ପଦ।
/odishatv-khabar/media/post_attachments/wp-content/uploads/2020/03/sanjaya.jpg)
ସଂଖ୍ୟା ଦୃଷ୍ଟିରୁ ବିଜେଡି ଭାଗରେ ପଡ଼ିବ ୩ଟି ଆସନ। ତେବେ ରାଜ୍ୟସଭା ରେସ୍ରେ ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି ନିର୍ବାଚନ ହାରି ଥିବା ବେଳେ ଟିକଟ ପାଇନଥିବା ପ୍ରସନ୍ନ ପାଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ।
/odishatv-khabar/media/post_attachments/wp-content/uploads/2020/03/e.jpg)
ତେଣୁ ଏହି ନେତାଙ୍କ ମଧ୍ୟରୁ ନବୀନ କାହାକୁ ରାଜ୍ୟସଭା ପଠାଇବେ ନା ଅନ୍ୟ କେଉଁ ପଦବୀରେ ଥଇଥାନ କରିବେ ତା ଉପରେ ନଜର ରହିଛି।
ଏପଟେ ପୁଛୁଆବର୍ଗ କାର୍ଡ ଖେଳୁଥିବାରୁ ସେଇ ବର୍ଗର କାହାକୁ ରାଜ୍ୟସଭା ପଠାଇ ପାରନ୍ତି ନବୀନ। ଅନ୍ୟପକ୍ଷରେ ସୋରୋଜୀନି ହେମ୍ରମ୍ବଙ୍କ କାର୍ଯ୍ୟକାଳ ସରୁଥିବାରୁ ଜଣେ ମହିଳାଙ୍କୁ ବି ସୁଯୋଗ ମିଳିପାରେ। ସେହିପରି ଟିକଟ ପାଇନଥିଲେ ବି ଯେଉଁ ପୂର୍ବତନ ବିଧାୟକମାନେ ନିଷ୍ଠାର ସହ ଦଳପାଇଁ କାମ କରିଛନ୍ତି, ନବୀନ ସେମାନଙ୍କ କଥା ବି ବିଚାର କରିପାରନ୍ତି।
/odishatv-khabar/media/post_attachments/wp-content/uploads/2020/03/op.jpg)
ସେପଟେ ଚତୁର୍ଥ ଆସନ ପାଇଁ କାହାରି ପାଖରେ ସଂଖ୍ୟା ନଥିବାରୁ ଟଣାଓଟାରା ହୋଇପାରେ। ଏହି ଆସନ ପାଇଁ ରେସ୍ରେ ଅଛନ୍ତି ଦିଲ୍ଲୀପ ରାୟ ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଫିଲିମ୍ ନର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ନାଲକୋର ପୂର୍ବତନ ସିଏମ୍ଡି ତପନ ଚାନ୍ଦ ପ୍ରମୁଖ।
/odishatv-khabar/media/post_attachments/wp-content/uploads/2020/03/sda.jpg)
ତେବେ ଏହି ଆସନ ପାଇଁ ବିଜେଡି ଓ ବିଜେପି ମିଳିତ ପ୍ରାର୍ଥି ଦେବେ କି ?
ଏହା ଯଦି ହୁଏ, ତେବେ ପାର୍ଥୀ କିଏ ହେବେ ତାକୁ ନେଇ ବଢ଼ିଛି କଳ୍ପନାଜଳ୍ପନା। ଚତୁର୍ଥ ଆସନ ପାଇଁ ସିପିଏମ୍ ବିଧାୟକ ଲକ୍ଷ୍ଣଣ ମୁଣ୍ଡା ଓ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭୂମିକା ଗୁରୁତ୍ୱପୂର୍ଣ ହୋଇପାରେ।
/odishatv-khabar/media/post_attachments/wp-content/uploads/2020/03/sdf.jpg)
ରାଜ୍ୟସଭାର ୪ଟି ଆସନ ଲାଗି ନାମାଙ୍କନପତ୍ର ଦାଖଲ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜେଡି ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହୋଲି ପରେ ୧୧ ତାରିଖରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1627111179.jpg)