Advertisment

Divyashankar Sparks Controversy in BJD: ନେତୃତ୍ୱ ପ୍ରସଙ୍ଗକୁ ନେଇ ପୁଣି ବିଜେଡିରେ ନିଆଁ; କଳିକେଶ ଫିଟ୍ ବୋଲି ଦିବ୍ୟଶଙ୍କରଙ୍କ ବୟାନ।

ନେତୃତ୍ୱ ପ୍ରସଙ୍ଗକୁ ନେଇ ପୁଣି ବିଜେଡିରେ ନିଆଁ। କଳିକେଶ ଫିଟ୍ ବୋଲି ଦିବ୍ୟଶଙ୍କରଙ୍କ ବୟାନ। କ୍ୟାପଟେନଙ୍କ ବୟାନକୁ ପାର୍ଟିରେ ଜୋରଦାର ବିରୋଧ। ଦକ୍ଷତା ଓ ଯୋଗ୍ୟତାର ପରିଭାଷା ବୁଝାଇଲେ ଅରୁଣ ଓ ଗଣେଶ୍ୱର। କ୍ୟାପଟେନଙ୍କ ବୟାନ ପଛରେ କେଉଁ ଗୋଟି ଚାଳନା ?

author-image
Pramod Behera
Divyashankar Sparks Controversy in BJD

ନେତୃତ୍ୱ ପ୍ରସଙ୍ଗକୁ ନେଇ ପୁଣି ବିଜେଡିରେ ନିଆଁ Photograph: (OTV)

ନେତୃତ୍ୱ ପ୍ରସଙ୍ଗକୁ ନେଇ ପୁଣି ବିଜେଡିରେ ନିଆଁ। କଳିକେଶଙ୍କୁ ନେତୃତ୍ୱ ଦେବା ସପକ୍ଷରେ ଯୁକ୍ତି ବାଢ଼ିଲେ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କହିଲେ ଦକ୍ଷତା ଓ ଯୋଗ୍ୟତା ଦୃଷ୍ଟିରୁ ନେତୃତ୍ୱ ପାଇଁ କଳିକେଶ ହିଁ ରାଜ୍ୟ ନେତୃତ୍ୱ ପାଇଁ ଫିଟ୍। ଦିବ୍ୟ ଶଙ୍କରଙ୍କ ବୟାନକୁ ନେଇ ଦଳ ଭିତରେ ଜୋରଦାର ବିରୋଧ। ଦକ୍ଷତା ଓ ଯୋଗ୍ୟତା ସବୁ ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ଅଛି କହିଲେ ଅରୁଣ ଓ ଗଣେଶ୍ୱର । ଏବେ ଚର୍ଚ୍ଚା ଦିବ୍ୟ ଶଙ୍କରଙ୍କ ବୟାନ ପଛରେ ଅଛି କେଉଁ ଗୋଟି ଚାଳନା।

Advertisment

ଦିବ୍ୟଶଙ୍କରଙ୍କ ଏହି ବୟାନକୁ ନେଇ ବିଜେଡିରେ ଝଡ଼। କଳିକେଶ ସିଂଦେଓଙ୍କୁ ନେତୃତ୍ୱ ଦେବା ସପକ୍ଷରେ କ୍ୟାପଟେନ। କହିଲେ ଯୋଗ୍ୟତା ଅଛି ଦାୟିତ୍ୱ ନିଅନ୍ତୁ କଳିକେଶ।ବରିଷ୍ଠ ନେତା କଲେ ବିରୋଧ। ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ? ସୁଜତାଙ୍କୁ ନେଇ କିଛି ଦିନ ହେବ ଲାଗି ରହିଥିବା ଉତ୍ତରାଧିକାରୀ ଚର୍ଚ୍ଚାର ବିରାମ ପରେ ଏବେ ପୁଣି ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ସେ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି । 

ବିଜେଡିର ମଙ୍ଗ କିଏ ଧରିବ ପ୍ରଶ୍ନରେ ଦିବ୍ୟଶଙ୍କର କହିଛନ୍ତି କଳିକେଶ ନିଅନ୍ତୁ ରାଜ୍ୟର ନେତୃତ୍ୱ । ତାଙ୍କୁ ଦାୟିତ୍ୱ ଦେଲେ ଭଲ ହେବ । ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେମିତି ଆଗାମୀ ଦିନରେ ଆମେ କଳିକେଶ ସିଂଦେଓଙ୍କୁ ଲିଡର କରି ଠିଆ କରିବା ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ । କଳିକେଶଙ୍କ ପାଖେ ଯୋଗ୍ୟତା ଅଛି ଦକ୍ଷତା ଅଛି। 

Advertisment

କଳିକେଶ କିନ୍ତୁ କହିଥିଲେ, ଉତ୍ତରାଧିକାରୀ କଥା ଭବିଷ୍ୟତ କହିବ । ହେଲେ କ୍ୟାପେଟନଙ୍କ ବୟାନକୁ ବିରୋଧ କରିଛନ୍ତି ବିଜେଡିର ଦୁଇ ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଗଣେଶ୍ୱର ବେହେରା । କହିଛନ୍ତି ନିର୍ବାଚିତ ହୋଇଥିବା ସମସ୍ତ ବିଧାୟକ ନେତୃତ୍ୱ ନେବା ଲାଗି ଯୋଗ୍ୟ । ଆମ ସଭାପତି ସକ୍ଷମ, ଏଠି ଉତ୍ତରଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ ।

ନିକଟରେ ନବୀନ ନିବାସରେ ନଜର ଆସିଥିଲେ ବିଜେଡିର ବରିଷ୍ଠ ନେତା ତଥା କଳିକେଶଙ୍କ ବାପା ଅନଙ୍ଗ ଉଦୟ ସିଂଦେଓ । ଆଉ ତା’ର କିଛି ଦିନ ଭିତରେ ପୁଅ କଳିକେଶକୁ ନେଇ ଦିବ୍ୟଶଙ୍କରଙ୍କ ଏହି ବୟାନ ଚର୍ଚ୍ଚାକୁ ବଢ଼ାଇଛି। ପ୍ରକୃତରେ କ୍ୟାପଟେନଙ୍କ ଏହି ବୟାନ ପଛରେ କଣ ରହିଛି ରାଜନୈତିକ ଗୋଟି ଚାଳନା । ନେତୃତ୍ୱ ଆଉ ଉତ୍ତରାଧିକାରୀ କଥା ଆସିଲେ ଅନେକ ନେତା ମୁହଁରେ ତୁଣ୍ଡି ବନ୍ଧୁଥିବା ବେଳେ କ୍ୟାପଟେନ ଏମିତି ଖୋଲାଖୋଲି ନାଁ କହିବାକୁ ସକ୍ଷମ ହେଲେ କେମିତି? ନା କୌଣସି ଗୋଷ୍ଠୀର ସମର୍ଥନ ଆଧାରରେ ସୁଚିନ୍ତିତ ଭାବେ ଗଣମାଧ୍ୟମ ଆଗରେ କଳିକେଶଙ୍କ ନାଁ ରଖିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର । 

କ୍ୟାପଟେନଙ୍କ ଏହି ବୟାନ ବିକେଡିରେ ଏବେ ଉତ୍ତରାଧିକାରୀ ଚର୍ଚ୍ଚାକୁ ପୁଣି ଜୀବିତ କରିଛି । ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ଚେକ ଦେବାକୁ ଏହା ଗୋଟିଏ ଗୋଷ୍ଠୀର ଚାଲ ବୋଲି ବି ଚର୍ଚ୍ଚା ହେଉଛି।

Odisha News BJD Odisha Politics
Advertisment
Advertisment