bjd
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୁଷ୍ପେନ୍ଦ୍ର ପ୍ରଚାର କରୁଥିବାବେଳେ କୋକସରା କାଉଡ଼ଲା ଗାଁରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି।
ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ନେଇ ଲୋକମାନେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ। ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ ସବୁଥର ଭୋଟ୍ ବେଳେ ଅନେକ ପ୍ରତିଶ୍ରୁତି ମିଳିଛି। ହେଲେ ଆଜି ଯାଏ ସମସ୍ୟା ସମାଧାନ ହୋଇ ନଥିବାରୁ ପ୍ରଚାରବେଳେ ପୁଷ୍ପେନ୍ଦ୍ରଙ୍କୁ ଘେରିଥିଲେ ଲୋକେ।
ଏଥିରେ ପୁଷ୍ପେନ୍ଦ୍ର ହଡ଼ବଡ଼େଇ ଯାଉଥିବାର ଭିଡିଓ ଭାଇରାଲ୍ ହୋଇଛି। ପୁଷ୍ପେନ୍ଦ୍ରଙ୍କ ସହ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ମୌସୁଧୀ ବାଗ୍ ଓ ବିଜେଡି କର୍ମୀ ପ୍ରଚାରରେ ଥିଲେ ବି ଚୁପ୍ ରହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd-123_1626760170.jpg)