Advertisment

ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ

ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  ରାଉରକେଲା ସ୍ଥିତ ଏସ୍ଓଏସ୍ ଭିଲେଜ୍‌ରୁ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରାଯାଇଛି।  ଗତକାଲି ସଂଧ୍ୟାରୁ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିବା ସଟ୍ ଷ୍ଟେ ହୋମ୍-ଏସ୍ଓଏସ୍ ଭିଲେଜ୍ ପକ୍ଷରୁ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଓ ପରିବାର ଲୋକଙ୍କୁ ବି ଅବଗତ କରିଥିବା ସୂଚନା ମିଳିଛି। ତେବେ ପ୍ରଶ୍ନ ଉଠୁଛି, ନାବାଳିକା ଜଣକ ଗଲେ କୁଆଡ଼େ […]

ଅଦ୍ୟତନ ହୋଇଛି
ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ

RAPE-SURVIVOR

Advertisment

ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  ରାଉରକେଲା ସ୍ଥିତ ଏସ୍ଓଏସ୍ ଭିଲେଜ୍‌ରୁ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରାଯାଇଛି।  ଗତକାଲି ସଂଧ୍ୟାରୁ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିବା ସଟ୍ ଷ୍ଟେ ହୋମ୍-ଏସ୍ଓଏସ୍ ଭିଲେଜ୍ ପକ୍ଷରୁ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି।

Advertisment

ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଓ ପରିବାର ଲୋକଙ୍କୁ ବି ଅବଗତ କରିଥିବା ସୂଚନା ମିଳିଛି। ତେବେ ପ୍ରଶ୍ନ ଉଠୁଛି, ନାବାଳିକା ଜଣକ ଗଲେ କୁଆଡ଼େ ? ଏସ୍ଓଏସ୍ ଭିଲେଜ୍‌ରେ ନାବାଳିକାଙ୍କ ଦାୟିତ୍ୱରେ ଥିବା ଅଧିକାରୀ କିପରି ଏସମ୍ପର୍କରେ ଜାଣି ପାରିଲେନି ତାକୁ ନେଇ ସନ୍ଦେହ ବଢ଼ିଛି।

ଗତ ଜୁଲାଇରେ ବୀରମିତ୍ରପୁର ଥାନାରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ମାମଲାର ତଦନ୍ତ ଭାର ଏବେ ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ