birdflu 1
ଭୁବନେଶ୍ୱର : OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି। ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି। ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି ।
ଗତକାଲି ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଓ କର୍ମଚାରୀ OUAT ରିସର୍ଚ୍ଚ ଫାର୍ମରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି ଦେଇଥିଲେ। ଏଥିପାଇଁ ଗଠିତ ହୋଇଥିଲା ୧୨ଟି ସ୍ୱତନ୍ତ୍ର ଟିମ୍। ଫାର୍ମ ପରିସରରେ ଏକ ବିଶାଳ ଗାତ ଖୋଳି କୁକୁଡା ମାରିବା ପରେ ଚୂନ, ବ୍ଲିଚିଂ ପାଉଡର ଓ ଲୁଣ ପକାଇ ପୋତାଯାଇଛି। ସେପଟେ ସତର୍କତା ସ୍ୱରୂପ ବାର୍ଡ ଫ୍ଲୁ କାଳେ ଏଠାରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବ, ସେହି ଆଶଙ୍କାରେ ଓୟୁଏଟି ଫାର୍ମରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କୁକୁ଼ଡ଼ାମରା ଅଭିଯାନ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/birdflu-1_1626691118.jpg)