Bikram Panda Photograph: (OTV)
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ପୁଣି ବ୍ରହ୍ମପୁର ଜେଲ୍ କୁ ଫେରିଲେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କୁ ଏମକେସିଜି ମେଡିକାଲରୁ ବ୍ରହ୍ମପୁର ଜେଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ବିକ୍ରମଙ୍କ ଗଲ୍ ବ୍ଲାଡର ଷ୍ଟୋନ, ପାଇଲ୍ସ, ଦାନ୍ତରେ ଯନ୍ତ୍ରଣା ଥିବା ଯୋଗୁଁ ୫ ଦିନ ହେଲା ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଦୁଇ ଦିନ ଧରି ଏମକେସିଜି ମେଡିକାଲରେ ସ୍ବତନ୍ତ୍ର ୭ ଜଣିଆ ଡାକ୍ତରୀ ଟିମ୍ ବିକ୍ରମଙ୍କୁ ଚିକିତ୍ସା କରୁଥିଲେ। ଗତକାଲି ବିକ୍ରମଙ୍କୁ ଏମକେସିଜି ମେଡିକାଲ ପକ୍ଷରୁ ଡିସଚାର୍ଜ କରାଯିବା ପରେ ତାଙ୍କୁ ପୁଣି ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପଟେ ବିକ୍ରମଙ୍କ ଗଲ୍ ବ୍ଲାଡର ଷ୍ଟୋନର ଅପରେସନ ହେବା ନେଇ ସ୍ଥିର ହୋଇଥିବା ବେଳେ ତରବରିଆ ଭାବେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଅଭିଯୋଗ କରିଛନ୍ତି ବିକ୍ରମଙ୍କ ଓକିଲ।
ବିକ୍ରମ ସମ୍ପୂର୍ଣ୍ଣ ସୁସ୍ଥ ନଥିବା ବେଳେ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଚାପରେ ଆସି ତାଙ୍କୁ ଡିସଚାର୍ଜ କରିଥିବା ଓକିଲ କହିଛନ୍ତି। ଏଣୁ ବିକ୍ରମଙ୍କ ଅଧିକାର କ୍ଷୂର୍ଣ୍ଣ ହୋଇଥିବା ଅଭିଯୋଗ ଆଣି ଆଇନର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ। ଅନ୍ୟପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/bikram-panda-2026-02-17-11-47-21.jpg)