/odishatv-khabar/media/post_attachments/uploadimage/library/16_9/16_9_0/bk_1626692692.jpg)
bk
ଭୁବନେଶ୍ୱର: ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ଶ୍ରୀ ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି।
Advertisment
୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଥର ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ହରାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)