Advertisment

Pitabas Murder Case: ପୀତବାସ ହତ୍ୟା ମାମଲାରେ ବଡ଼ ଅପଡେଟ୍: ୩ ଜଣଙ୍କୁ ଉଠାଇଆଣିଲା ପୋଲିସ, କର୍ପୋରେଟରଙ୍କୁ ଚାଲିଛି ପଚରାଉଚରା

ତିନି ଜଣଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ବ୍ରହ୍ମପୁର ଉପକଣ୍ଠ ଓ ଖଲ୍ଲିକୋଟରୁ ଦୁଇ ଜଣଙ୍କୁ ଉଠାଇ ଆଣିଛି ପୋଲିସ। ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଅଟକ ରଖି ଜେରା କରୁଛି।

pitabas

pitabas Photograph: (OTV)

Advertisment

ପୀତବାସ ପଣ୍ଡା ହତ୍ୟା ମାମଲା (Murder Case) ରେ ବଡ଼ ଅପଡେଟ୍ । ତିନି ଜଣଙ୍କୁ ଉଠାଇନେଇ ପୋଲିସର ପଚରାଉଚରା । ଜଣେ କର୍ପୋରେଟରଙ୍କୁ ମଧ୍ୟ ଥାନାରେ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ତେବେ କର୍ପୋରେଟର ଜଣଙ୍କ କିଏ ଏବଂ ହତ୍ୟା କାଣ୍ଡରେ ତାଙ୍କର ସଂପୃକ୍ତି ଅଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ । ଗତ ଦୁଇଦିନ ଭିତରେ ତିନୋଟି ଟିମ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।
ପୋଲିସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ବ୍ରହ୍ମପୁର ଉପକଣ୍ଠ ଓ ଖଲ୍ଲିକୋଟରୁ ଜଣେ ଲେଖାଏଁ ଏବଂ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଉଠାଇ ଆଣି ଜେରା କରୁଥିବା ସୂଚନା ମିଳିଛି।  

Advertisment
Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ