Advertisment

Big News for Plus Two Students: ପ୍ଲସ୍ ଟୁ ପିଲାଙ୍କ ପାଇଁ ବଡ଼ ଖବର, ସିବିଏସଇ ଢାଞ୍ଚାରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

ଯୁକ୍ତ ୨ ପିଲାଙ୍କ ପାଇଁ ବଡ଼ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ। ଏବର୍ଷର ଯୁକ୍ତ ୨ ପିଲାଙ୍କୁ ପ୍ରଥମ କରି ମିଳିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁବିଧା।

Plus Two Student

Plus Two Student Photograph: (OTV)

Advertisment

ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ସରିବାର ୨ ମାସ ଭିତରେ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ ସହ ରେଜଲ୍ଟ ପ୍ରକାଶ କରିବ ସିଏଚଏସଇ। 

Advertisment

ଫଳରେ ଆଇଆଇଟି ଭଳି କିଛି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେଇପାରିବେ କୃତୀ ଛାତ୍ରଛାତ୍ରୀ। ଓଟିଭିକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହା କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ। କହିଛନ୍ତି, ତେବେ ପୂର୍ବରୁ ଦେଇଥିବା ପରୀକ୍ଷା ଅପେକ୍ଷା ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନରେ କୌଣସି ପରୀକ୍ଷାର୍ଥୀ କମ୍ ନମ୍ବର ରଖିଥିବେ, ତେବେ କେବଳ ଅଧିକ ନମ୍ବର ହିଁ  କାଏମ୍ ରହିବ। 

କିନ୍ତୁ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ମିଳିବ ନାହିଁ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Advertisment

Plus Two
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ