Advertisment

Bhubaneswar–Dubai Flight Cancelled: ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍, ସ୍ଥିତି ଦେଖି ନିଆଯିବ କାଲି ପାଇଁ ନିଷ୍ପତ୍ତି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍। ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ। ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

Dubai Flight Cancel

Dubai Flight Cancel Photograph: (OTV)

Advertisment

ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ ହୋଇଛି। ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି କରାଯିବ। 

Advertisment

କାଲି ଅପଡେଟ୍ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ହେବ। ଆଜି ସଂନ୍ଧ୍ୟାରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଅଭିମୁଖେ ଉଡିଥାନ୍ତା ବିମାନ। ଯେହେତୁ ଶନିବାର ପରଠାରୁ ମସ୍କଟ, ଦୁବାଇ, ଆବୁଧାବି ଏବଂ ଜେଦା ଏୟାର ସ୍ପେସ ଉପଲବ୍ଧ ନାହିଁ, ସେଥିପାଇଁ ଆଜି ଦୁବାଇ ଉଡ଼ିବାକୁ ଥିବା ବିମାନ ବାତିଲ କରାଯାଇଛି।

Flight Dubai Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ