bbsr
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି ଦେଇଛନ୍ତି।
ମାର୍କେଟ୍ ଖୋଲିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଏ ନେଇ ମଧ୍ୟ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ ଦେଇଛନ୍ତି। ଗତ ୧୬ ତାରିଖରୁ ୟୁନିଟ୍-୪ ମାର୍କେଟ୍ ବନ୍ଦ ରହିଥିଲା।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଆଜି ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bbsr-6_1625494412.jpg)