Advertisment

Twin Brothers Create History in JEE Main: JEE ମେନରେ କମାଲ କଲେ ଯାଆଁଳା ଭାଇ; ସମାନ ଚେହେରା, ସମାନ ନମ୍ବର

ଯାଆଁଳା ଭାଇଙ୍କ ସଫଳତା କାହାଣୀ। JEE ମେନରେ କମାଲ କଲେ ଯାଆଁଳା ଭାଇ। ଚର୍ଚ୍ଚାରେ ଭୁବନେଶ୍ବରର ଯାଆଁଳା ଭାଇ ମହରୁଫ୍-ମସରୁର୍। ସମାନ ଚେହେରା, ପରୀକ୍ଷାରେ ସମାନ ନମ୍ବର। କୋଟାରୁ କୋଚିଂ ନେଇ ଚମକାଇ ଦେଲେ ଦୁଇ ଭାଇ।

author-image
Pramod Behera
Twin Brothers Create History in JEE Main

JEE ମେନରେ କମାଲ କଲେ ଯାଆଁଳା ଭାଇ Photograph: (OTV)

ଯାଆଁଳା ଭାଇଙ୍କ ଅନେକ କାହାଣୀ ତ ଆପଣ ଶୁଣିଥିବେ। କେବେ ଭାବିଛନ୍ତି- ଦେଖିବାକୁ ସମାନ ଦିଶୁଥିବା ଯାଆଁଳା ଭାଇଙ୍କ ପରୀକ୍ଷା ନମ୍ବର ବି ସମାନ ହେବାର ! ଏଥର ଜେଇଇ ମେନ୍ ପରୀକ୍ଷାରେ ଏଭଳି ଚମତ୍କାର କରି ଦେଖାଇଛନ୍ତି ଭୁବନେଶ୍ବରର ଦୁଇ ଭାଇ ମହରୁଫ୍ ଆଉ ଜଣେ ମସରୁର୍ । ଦେଖିବାକୁ ସମାନ, ଆଉ ରଖିଛନ୍ତି ବି ସମାନ ନମ୍ବର। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । 

Advertisment

ଜଣେ ମହରୁଫ୍ ଆଉ ଜଣେ ମସରୁର୍। ଚିହ୍ନିବାରେ ଆଖି ବି ଧୋକା ଖାଇଯାଇପାରେ। ଦୁଇଟି ଆତ୍ମା ହେଲେ ଗୋଟିଏ ଚେହେରା। ଭୁବନେଶ୍ବରର ଏହି ଯାଆଁଳା ଭାଇଙ୍କୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା। କାରଣ ସମାନ ଚେହେରା ଭିତରେ ଦୁହେଁ କରିଦେଖାଇଛନ୍ତି ଚମତ୍କାର୍। ଏକାବେଳେ ଜନ୍ମହେଲେ, ଏକାସାଙ୍ଗରେ ପାଠ ପଢିଲେ, ଏକାଠି ସମାନ ପରୀକ୍ଷା ଦେଲେ, ଆଉ ରଖିଲେ ବି ଏକା ନମ୍ବର୍। 

କିଭଳି ସଂଯୋଗ ଦେଖନ୍ତୁ, ଖାଲି ଚେହେରା ନୁହେଁ, ଦୁହିଁଙ୍କର ମାର୍କ ବି ସମାନ। ଜେଇଇ ମେନରେ ଉଭୟ ୩୦୦ରୁ ୨୮୫ ଲେଖାଏଁ ନମ୍ବର ପାଇଛନ୍ତି। ୯୯.୯୮ ପର୍ସେଣ୍ଟାଇଲ୍ ରଖି ସଫଳତା ହାସଲ କରିଛନ୍ତି। ଗତକାଲି ଜେଇଇ ମେନ୍ ରେଜଲ୍ଟ ଆସିବା ପରେ ଯାଆଁଳା ଭାଇଙ୍କ ଯାଆଁଳା ରେଜଲ୍ଟ ଶୁଣି ସମସ୍ତେ ତାଜୁବ୍। 

Advertisment

୨୦୦୮ ମସିହାରେ ଏକାସାଙ୍ଗରେ ଜନ୍ମଗ୍ରହଣ କରିଥିଲେ ମହରୁଫ୍ ଆଉ ମସରୁର୍। ଦୁଇ ଭାଇ ପିଲାଟିଦିନରୁ ଗୋଟିଏ ସ୍କୁଲ୍ ଆଉ ଗୋଟିଏ ଶ୍ରେଣୀରେ ପାଠପଢା ଆରମ୍ଭ କରିଥିଲେ। ପରେ ଏକାଠି JEE ଆଡଭାନ୍ସଡ୍ ପାଇଁ ପ୍ରସ୍ତୁତି କରିବା ସହିତ କୋଚିଂ ନେବାକୁ ଚାଲିଯାଇଥିଲେ ରାଜସ୍ଥାନର କୋଟା । ଉଭୟ ଏକାସାଙ୍ଗରେ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । ତା ପୁଣି ଗୋଟିଏ ସିଫ୍ଟରେ। ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ଡାକ୍ତରାଣୀ ମାଆ ମଧ୍ୟ କିଛି କମ୍ ତ୍ୟାଗ କରିନାହାନ୍ତି।

ଦୁଇ ଭାଇଙ୍କ ଭବିଷ୍ୟତ ପାଇଁ ସ୍ତ୍ରୀରୋଗ ବିଶେଷଜ୍ଞ ଥିବା ମାଆ ଜୀନତ ବେଗମଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା । ମାଆଙ୍କ ତ୍ୟାଗ ଓ ଉଭୟଙ୍କ ପରିଶ୍ରମ ସେମାନଙ୍କୁ ଖାଲି ସଫଳତା ଦେଇନି ବରଂ ସମାନ ଚେହେରାରେ ସମାନ ନମ୍ବର ରଖିବାର ଗୌରବ ଆଣିଦେଇଛି। 

କଠିନ ପରିଶ୍ରମର ଫଳ କୁହନ୍ତୁ କି ଜେନେଟିକ୍ ଜାଦୁ । ଯାଆଁଳା ଭାଇଙ୍କ କମାଲ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଆଉ ସବୁଠି ଚର୍ଚ୍ଚା।

Odisha News JEE Main Inspirational Stories
Advertisment
Advertisment