Advertisment

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା। ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ […]

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ

ood

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା।

Advertisment

ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମେଳ ଖାଉନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଏତଲାରେ ଯେଉଁ ଅଭିଯୁକ୍ତମାନଙ୍କର ନାଁ ରହିଛି ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା ତେବେ ସେମାନଙ୍କ କଥାରେ ସେଭଳି କୌଣସି ଭୁଲ୍ ଥିଲା ଭଳି ଜଣାପଡ଼ିନାହିଁ। ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବାରୁ ତଦନ୍ତ ବାଧାପ୍ରାପ୍ତ ହେଉଛି ବୋଲି ସତ୍ୟପାଠରେ କୁହାଯାଉଛି। ଗତକାଲି ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସ୍ ଡିଜି ଅଭୟ, ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର ହେବା ସହ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତର ଅପ୍-ଟୁ-ଡେଟ୍ ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ କୋର୍ଟରେ ଦାଖଲ କରାଯାଇଥିଲା।

Advertisment

ତେବେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ପୁଣି ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଶୁଣାଣିରେ କ୍ରାଇମ୍ବ୍ରାଞ୍ଚ ଏଡିଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ