Advertisment

Love Triangle Murder: ରହସ୍ୟ ବଢ଼ାଇଲା ତଣ୍ଟିକଟା ପ୍ରେମର CCTV ଫୁଟେଜ୍

ରହସ୍ୟ ବଢ଼ାଇଲା ତଣ୍ଟିକଟା ପ୍ରେମର CCTV ଫୁଟେଜ୍। ତଣ୍ଟି କଟା ଅବସ୍ଥାରେ ଦୌଡୁଥିଲେ ସତ୍ୟବ୍ରତ ପ୍ରଧାନ। ପଛେ ପଛେ ପ୍ରେମିକା ଓ ଜଣେ ଯୁବକ ଫେରିବା ଫୁଟେଜ୍। ପ୍ରେମିକାଙ୍କୁ ଧରି ସତ ଉଗାଳୁଛି କମିଶନରେଟ ପୋଲିସ। କାର୍ ମାଲିକାଣୀଙ୍କ ଭୂମିକାକୁ ନେଇ ବଢୁଛି ସନ୍ଦେହ।

author-image
Pramod Behera
Love Triangle Murder

ରହସ୍ୟ ବଢ଼ାଇଲା ତଣ୍ଟିକଟା ପ୍ରେମର CCTV ଫୁଟେଜ୍ Photograph: (OTV)

ତ୍ରିକୋଣୀୟ ପ୍ରେମ ପାଇଁ ଭୁବନେଶ୍ବରରେ ଜଣେ ଡ୍ରାଇଭରଙ୍କୁ ଗତକାଲି ଯେଭଳି ହତ୍ୟା କରାଗଲା, ହଲିଉଡକୁ ବି ଟପିଯିବ ଏହାର କ୍ରାଇମ୍ ପ୍ଲଟ୍। ଯାହାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଆଜି ସାରା ରାଜଧାନୀରେ ଖେଳିଯାଇଛି ଚାଞ୍ଚଲ୍ୟ। ଯେଉଁଠି ଜୀବନ ବିକଳରେ ଦୌଡୁଛନ୍ତି ଡ୍ରାଇଭର୍ ସତ୍ୟବ୍ରତ। 

Advertisment

ଅପରପକ୍ଷେ ଆକ୍ରମଣର ଶିକାର ହେବା ଆଗରୁ ଯେଉଁ କାର୍ ଧରି ପ୍ରେମିକା ଘରକୁ ଯାଇଥିଲେ ସତ୍ୟବ୍ରତ, ସେହି ଦୁର୍ଘଟଣାଗ୍ରସ୍ତ କାରରୁ ରହସ୍ୟଜନକ ଭାବେ ବହୁ ସାମଗ୍ରୀ ମିଳିଛି। ହେଲେ ଫେରାର୍ ଦିନେଶ ଏବେ କେଉଁଠି ? ଏହି ହତ୍ୟାକାଣ୍ଡ ସହ କାର୍ ମାଲିକାଣିଙ୍କ ସଂପୃକ୍ତି କ’ଣ ? କେଉଁ ପରିସ୍ଥିତିରେ ହତ୍ୟା କରାଗଲା ଦିନେଶଙ୍କୁ ? କେବଳ ପ୍ରେମିକା ଲିଜାକୁ ଧରି ପୋଲିସ ତନାଘନା କରୁଛି।

ରାଜଧାନୀର ଛାତି ଭିତରେ କାର୍ ଡ୍ରାଇଭର୍ ସତ୍ୟବ୍ରତ ପ୍ରଧାନଙ୍କୁ ମାରିଲା କିଏ ? ସିସିଟିଭି କରୁଛି ଇସାରା, ଦେଉଛି ଭିନ୍ନ ସୁରାଗ୍। ରାତି ଗୋଟାଏ ୩୧ ମିନିଟ୍। ତଣ୍ଟି କଟା ଅବସ୍ଥାରେ ଦୌଡ଼ୁଥିଲେ ସତ୍ୟବ୍ରତ ପ୍ରଧାନ। ଏହାର ଠିକ୍ ୧୧ ମିନିଟର ବ୍ୟବଧାନ ଭିତରେ କାମ ତମାମ କରି ସେହି ରାସ୍ତା ଦେଇ ଜଣେ ଯୁବତୀଙ୍କ ସହ ଆଉ ଜଣେ ଯୁବକ ଫେରୁଥିବାର ଦୃଶ୍ୟ କଏଦ୍ ହୋଇଛି ସିସିଟିଭିରେ। 

Advertisment

କୁହାଯାଉଛି, ଏହି ଯୁବତୀ ହେଉଛନ୍ତି ପ୍ରେମିକା ଲିଜା ଆଉ ଏ ହେଉଛନ୍ତି ଦିନେଶ। ଏ ହେଉଛି, ନିଳାଦ୍ରୀବିହାର ସେକ୍ଟର-୨ରେ ଫେବ୍ରୁୟାରୀ ୮ ବିଳମ୍ବିତ ରାତିରେ ସଂଘଟିତ ଚାଞ୍ଚଲ୍ୟକର ହତ୍ୟା ମାମଲା ସହ ଜଡ଼ିତ ଏହି ସିସିଟିଭି ଫୁଟେଜ୍। ଯାହାକୁ ପୋଲିସ ଜବତ କରିଛି ସତ, କିନ୍ତୁ କହୁଛି ଅନଭେରିଫାଏଡ୍। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ସତ୍ୟବ୍ରତଙ୍କୁ ହତ୍ୟା କରାଗଲା ? ସତ୍ୟବ୍ରତଙ୍କ ସହ ଲିଜା ଓ ଦିନେଶଙ୍କ ସଂପର୍କ କ’ଣ ? 

ଯେଉଁ କାର୍ ଧରି ସତ୍ୟବ୍ରତ ଆସିଥିଲେ ନିଳାଦ୍ରୀବିହାରକୁ, ସେହି କାର୍ କେମିତି କ୍ୟାପିଟାଲ୍ ହସ୍ପିଟାଲ ଯାଏଁ ଯାଇଥିଲା ଓ ପରେ ଶିଶୁଭବନ ଓଭରବ୍ରିଜରେ ଦୁର୍ଘଟଣା ହେଲା ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ କୁଆଡ଼େ ଗଲା ଦିନେଶ ? କୁହାଯାଉଛି, ଦିନେଶ ରାଜ୍ୟ ବାହାରକୁ ଖସି ପଳାଇଛି। ଯାହା ନାଁରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି। ସେପଟେ ଅଟକ ଲିଜାଙ୍କୁ ଧରି ମାରାଥନ୍ ଜେରା କରୁଛି ପୋଲିସ।

ପ୍ରେମ ସପ୍ତାହର ପାପ କାହାଣୀ ଭିତରେ କେବଳ ଦିନେଶ କି ଲିଜା ନୁହଁନ୍ତି, କାରର ମାଲିକାଣୀ ପିଙ୍କି ନାୟକଙ୍କ ଉପରେ ବି ରହିଛି ପୋଲିସର ସନ୍ଦେହୀ ଆଖି। କାରଣ ଶିଶୁଭବନ ଓଭରବ୍ରିଜରେ ଦୁର୍ଘଟଣାଗ୍ରସ୍ତ କାର ଭିତରେ ଅନେକ ପ୍ରମାଣ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଯଦି ଏହା ସତ, ତେବେ ହତ୍ୟାକାଣ୍ଡ ସହ କାର୍ ମାଲିକାଣୀ ପିଙ୍କିଙ୍କ ସଂପର୍କ କ’ଣ ? ମୃତ ସତ୍ୟବ୍ରତଙ୍କ ବ୍ୟତୀତ ଲିଜା କି ଦିନେଶ ସହ ପିଙ୍କି ଲିଙ୍କରେ ଥିଲେ କି ? ଏହାରି ଭିତରେ କାର ଭିତରୁ ମିଳିଥିବା ବେଆଇନ୍ କଫ୍ ସିରପ୍ ସହ କିଛି ଲେଡିଜ୍ ସାମଗ୍ରୀ, ହ୍ୟାଣ୍ଡ ଗ୍ଲୋବ୍ସ ସହ ଡ୍ରେସକୁ ନେଇ ବଢ଼ିଛି ରହସ୍ୟ। ତେବେ କାର୍ ମାଲିକାଣୀଙ୍କ ଓକିଲଙ୍କ କହିବା କଥା, ଗାଡ଼ି ସଂପର୍କରେ ତଦନ୍ତ ଜାରି ରହିଥିବାରୁ ପୋଲିସକୁ ନିଜେ ପିଙ୍କି ସହଯୋଗ କରୁଛନ୍ତି। 

Crime News Odisha Crime CCTV Footage
Advertisment
Advertisment