baramunda
ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ (ISBT)। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାମ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ବ୍ରିଜ୍ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଟର୍ମିନାଲ ତିଆରି ହେବ। ନୂଆ ବସ୍ ଟର୍ମିନାଲରେ ବିଦ୍ୟୁତ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ। ତାସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଫାୟାର ଆଲାରାମ୍ ବ୍ୟବସ୍ଥା ରହିବ। ଏଠାକୁ ଆସୁଥିବା ଯାତ୍ରୀଙ୍କ ସୂଚନା ଲାଗି ଡିସପ୍ଲେ ବ୍ୟବସ୍ଥା କରାଯିବ।
ସେହିପରି ସୋଲାର ପାୱାର ସିଷ୍ଟମ, ସ୍ୱେରେଜ ସିଷ୍ଟମ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଇଣ୍ଟରକମ୍ ଟେଲି କମ ସିଷ୍ଟମ, ସୋଲାର ପାୱାର ସିଷ୍ଟମ ଆଦି ବ୍ୟବସ୍ଥା କରାଯିବ। ଏପଟେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଦୋକାନ କରିଥିବା ଲୋକେ ଉଚ୍ଛେଦକୁ ବିରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baramunda_1625315343.jpg)