Advertisment

ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍‌କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବ୍ରହ୍ମପୁର ପୋଲିସ ଗାଡ଼ିକୁ ଜଗି ରହିଛି। ତେବେ ବସ୍‌ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ ଚୋରି କରିଥିଲା […]

ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

police station

Advertisment

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍‌କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବ୍ରହ୍ମପୁର ପୋଲିସ ଗାଡ଼ିକୁ ଜଗି ରହିଛି। ତେବେ ବସ୍‌ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି।

Advertisment

ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ ଚୋରି କରିଥିଲା ତାହାର ତଦନ୍ତ ଜାରି ରହିଛି। ଏହାଛଡ଼ା ବସ୍ ଚୋରି କରି କବାଡ଼ିଆ ଦୋକାନରେ ବିକିବାକୁ ମସୁଧା ହେଉଥିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି।

ବସ୍ ମାଲିକଙ୍କ କହିବା ଅନୁସାରେ ୧୩ ତାରିଖ ରାତିରେ ତାଙ୍କର ୫ଟି ଯାକ ବସ୍ ରୁଚିକା ମାର୍କେଟ ପାଖ କାଳୀମନ୍ଦିର ସାମନାରେ ପାର୍କିଂ ହୋଇ ରହିଥିଲା। ରାତି ୨ଟା ବେଳେ ବସ୍ କର୍ମଚାରୀ ଦେଖିଥିଲେ, ବସ୍‌ଟି ଥିଲା ହେଲେ ଭୋରରୁ ଉଠିବାବେଳକୁ ବସ୍ ମିଳିନଥିଲା ।

Advertisment

ଏନେଇ ଖଣ୍ଡଗିରି ଥାନାରେ ସେ ଅଭିଯୋଗ କରିଥିଲେ। ଆଜି ସକାଳୁ ବ୍ରହ୍ମପୁର ବଡ଼ ବଜାରରେ ବସ୍‌ଟି ଛିଡ଼ା ହୋଇଥିବା ନେଇ ତାଙ୍କୁ ଖବର ମିଳିଥିଲା। ଏହାପରେ ଖଣ୍ଡଗିରି ପୋଲିସ ମାଧ୍ୟମରେ ବ୍ରହ୍ମପୁର ପୋଲିସ ସହ ଯୋଗାଯୋଗ କରି ବସ୍‌କୁ ଠାବ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ