AUTO-STRIKE Photograph: (OTV)
କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ। ଫଳରେ ରାଜଧାନୀ (Bhubaneswar) ରେ ଅନଲାଇନ ଅଟୋ ସେବା ଠପ ହୋଇଯାଇଛି । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ। ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଯାଇଛି ।
କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଙ୍ଘର ଜଣେ ଡ୍ରାଇଭରଙ୍କୁ ଷ୍ଟେସନ ଅଟୋ ଚାଳକ ସଙ୍ଘର କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗତକାଲି ଏହି ଘଟଣାରେ ପୋଲିସର ଆକ୍ସନ ପରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛି। ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦ୍ଦୋଷକୁ ଗିରଫ କରିଥିବା ଅଭିଯୋଗ କରି କ୍ୟାପିଟାଲ ଥାନା ଆଗରେ ବିକ୍ଷୋଭ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/auto-strike-2025-10-14-11-15-29.jpg)