Advertisment

ବାରଣ ସତ୍ତ୍ୱେ କାମ କରୁଥିଲା ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକ୍ସନ୍

ଭୁବନେଶ୍ୱର :  କାମରୁ ବାରଣ କରାଯିବା ପରେ ବି ବିମାନ ବନ୍ଦର ଟର୍ମିନାଲ ଲିଙ୍କ୍‌ ବିଲିଡିଂ କାମ କରୁଥିଲା ଦିଲ୍ଲୀପ କନଷ୍ଟ୍ରକସନ କମ୍ପାନୀ। ବିମାନ ବନ୍ଦର ପ୍ରାଧିକରଣ ୱେବସାଇଟ୍ ଖିଲାପି ଠିକାଦାରଙ୍କ ତାଲିକାରେ ଅଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ। ତେବେ କାମ ବନ୍ଦ ପାଇଁ ବାରଣ ସତ୍ତ୍ୱେ ବି କାହାର ଇଙ୍ଗିତରେ ତାଙ୍କୁ ପୁଣି କାମ କରିବାକୁ ଅନୁମତି ଦିଆଗଲା ସେ ନେଇ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି। ବିମାନବନ୍ଦର ଟର୍ମିନାଲର ଲିଙ୍କ୍‌ କାମର ଶୁଭ […]

ବାରଣ ସତ୍ତ୍ୱେ କାମ କରୁଥିଲା ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକ୍ସନ୍

dillip construction

Advertisment

ଭୁବନେଶ୍ୱର :  କାମରୁ ବାରଣ କରାଯିବା ପରେ ବି ବିମାନ ବନ୍ଦର ଟର୍ମିନାଲ ଲିଙ୍କ୍‌ ବିଲିଡିଂ କାମ କରୁଥିଲା ଦିଲ୍ଲୀପ କନଷ୍ଟ୍ରକସନ କମ୍ପାନୀ। ବିମାନ ବନ୍ଦର ପ୍ରାଧିକରଣ ୱେବସାଇଟ୍ ଖିଲାପି ଠିକାଦାରଙ୍କ ତାଲିକାରେ ଅଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ। ତେବେ କାମ ବନ୍ଦ ପାଇଁ ବାରଣ ସତ୍ତ୍ୱେ ବି କାହାର ଇଙ୍ଗିତରେ ତାଙ୍କୁ ପୁଣି କାମ କରିବାକୁ ଅନୁମତି ଦିଆଗଲା ସେ ନେଇ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି।

Advertisment

ବିମାନବନ୍ଦର ଟର୍ମିନାଲର ଲିଙ୍କ୍‌ କାମର ଶୁଭ ଦିଆଗଲା ଫେବୁଆରୀ ୨୩ରେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହାର ଠିକ୍ ମାସେ ପରେ ମାର୍ଚ୍ଚ ୨୨ରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦିଲ୍ଲୀପ କନଷ୍ଟ୍ରକସନକୁ ଅସ୍ଥାୟୀ ଭାବେ କାମରୁ ଅନ୍ତର କରିଛି। ଖିଲାପି ଠିକାଦାରଙ୍କ ତାଲିକାର ୨୬ ନମ୍ବରରେ ରହିଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ ।

ତେବେ ପ୍ରଶ୍ନ କାମରୁ ଅନ୍ତର କରାଯିବା ନିଷ୍ପତ୍ତି ପରେ ବି କେମିତି ଟର୍ମିନାଲର କାମ କରୁଥିଲା ସଂପକ୍ତ ସଂସ୍ଥା । ଆଉ କେଉଁ କେଉଁ କାମ କରୁଛି ଦିଲ୍ଲୀପ କନଷ୍ଟ୍ରକସନ । ଦିଲ୍ଲୀପଙ୍କୁ ଅନୁମତି ଦେବା ପଛରେ କିଏ ଅଛି ତାହାର ତଦନ୍ତ ହେଉ ବୋଲି ଦାବି କରିଛି ବିଜେପି । କଂଗ୍ରେସ ପାଦେ ଆଗକୁ ଯାଇ  ଅଭିଯୋଗ କରିଛି ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ଠିକାଦାରଙ୍କ ଶାସନ ଚାଲିଛି ।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ କୋଟି କାମ କରୁଛି ଦିଲ୍ଲୀପ କନଷ୍ଟ୍ରକସନ । ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡ ତ ଉଦଘାଟନ ପୂର୍ବରୁ କାନ୍ଥ ଫାଟି  ଆଁ କରିଛି । ଏପଟେ ଆଜି ସଂସ୍ଥା ବିରୋଧରେ ମାନବାଧିକାର କମିଶନ ପାଖରେ ଫେରାଦ ହୋଇଛନ୍ତି ଦୁଇଜଣ ଆଇନଜୀବୀ । ଅଭିଯୋଗ କରିଛନ୍ତି ସଂପୃକ୍ତ ସଂସ୍ଥା ନିମ୍ନମାନର କାମ କରୁଥିବା ବେଳେ ରାତିରେ କାମ କରିବାର ଅନୁମତି ନ ଥାଇ ବି କାମ କରିଛନ୍ତି ।

ସେପଟେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଏକ ବୈଷୟିକ ଟିମ୍ ଏହାର ପ୍ରାରମ୍ଭିକ ତଦନ୍ତ ସାରିଛନ୍ତି।  କମିଟିର ରିପୋର୍ଟ ଆଧାରରେ ପୁଣି ଆଉ ଏକ ବଡ଼ ଧରଣର ତଦନ୍ତ ହେବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।

Advertisment

ଏୟାର ପୋର୍ଟ ଟ୍ରାଜେଡି ପରେ ଏବେ ଦିଲ୍ଲୀପ କନଷ୍ଟ୍ରକସନ ଦ୍ୱାରା ନିର୍ମିତ ଓ ନିର୍ମାଣଧିନ କୋଠାବାଡ଼ିର ସ୍ଥାୟୀତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସଂସ୍ଥା କାମରୁ ବାରଣ ହେବା ପରେ ବି କାମ କିପରି କରୁଥିଲା ,ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ