77
କରଞ୍ଜିଆ : (ରିପୋର୍ଟ- ଦୀପକ କୁମାର ମହାନ୍ତ ) ପଥର ଫାଙ୍କରୁ ଘନଘର୍ଘର ନାଦରେ ଝରିଆସୁଛି ସ୍ୱଚ୍ଛ ଜଳ । ଓଡିଶା ମାନଚିତ୍ରରେ ମୟୁରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟକ ମାନଙ୍କୁ ବାନ୍ଧି ରଖିବା ପାଇଁ ଏହି ସ୍ଥାନଟି ବେଶ ସକ୍ଷମ । ସବୁଜ ବନାନୀରେ ପରିବେଷ୍ଟିତ ଏହି ପର୍ଯ୍ୟଟନସ୍ଥଳୀରେ କରେ।ନା ସତ୍ୱେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବର୍ଷାଋତୁ ବ୍ୟତୀତ ବର୍ଷର ଅନ୍ୟାନ୍ୟ ସମୟରେ ଅନେକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସନ୍ତି ।
ପୌରାଣ ଯୁଗରୁ ଏହାର ମାହାତ୍ମ ରହିଛି । ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ ଏହିଠାରେ ସ୍ନାନ କରିବା ସହିତ ତୃଷ୍ଣା ମେଣ୍ଟାଇବା ପାଇଁ ଭୀମ ବୈତରଣୀ ନଦୀକୂଳରେ ଏକ ଗାତ ଖେ।ଳିଥିଲେ । ତେଣୁ ଏହାର ନାମ ଭୀମକୁଣ୍ଡ ରଖାଯାଇଛି, ଯାହା ଇତିହାସରେ ଲିପିବଦ୍ଧ । ତେବେ ଏହାକୁ ୨୦୦୬ ମସିହାରେ ଓଡିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ହିସାବରେ ମାନ୍ୟତା ମିଳିଥିଲା । ଆଉ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପିକନିକ ଋତୁରେ ଚଳଚଞ୍ଚଳ ହେ।ଇଉଠେ ଭୀମକୁଣ୍ଡ । ଡିଜେ ବାଜାର ତାଳେ ତାଳେ ନାଚଗୀତ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପେଭେ।ଗ କରନ୍ତି ଲେ।କେ । ଏହି ମହାର୍ଘ୍ୟ ପବିତ୍ର ପର୍ଯ୍ୟଟସ୍ଥଳୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ କେବଳ ପିକନିକ ଋତୁ ନୁହେଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ।
ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ପଡ଼ିଆବେଡା ଗ୍ରାମପଞ୍ଚାୟତ ବରିଂ ଠାରେ ବୈତରଣୀ ନଦୀକୂଳରେ ଅବସ୍ତିତ ଭୀମକୁଣ୍ଡ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଜନମାନସକୁ ବିମେ।ହିତ କରିଥାଏ । ପୁଣ୍ୟତୈୟା ବୈତରଣୀର ଉଛୁଳା ଜଳରାଶି ପଥର ଉପରୁ ଡେଇଁ ଏକ ଜଳପ୍ରପାତ ସୃଷ୍ଟି କରିଛି । ଗଙ୍ଗା ସଦୃଶ ପବିତ୍ର ଏ ନଦୀଜଳରେ ମକର ସଂକ୍ରାନ୍ତିରେ ସ୍ନାନକଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ଆଉ ଏହି ପରିବେଶକୁ ରମଣୀୟ କରୁଥିବା ବେଳେ ନାଲି ନେଳି ପଥର ଗହ୍ୱର ଦେଇ ଏକ ବିରାଟ କୁଣ୍ଡକୁ ନୀଳ ଜଳରାଶି ବହିଆସୁଥିବାର ଦୃଶ ଅତିବ ରମଣୀୟ । ଏହାକୁ ଦେଖିଲେ ଯେ କେହିବି କିଛି କ୍ଷଣ ପାଇଁ ସବୁକିଛି ଭୁଲିଯାଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀକୁ ଏବେ ବଣଭେ।ଜି ପାଇଁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଭୀମକୁଣ୍ଡ ପର୍ଯ୍ୟଟନ ମାନ୍ୟତା ପାଇଥିଲେ ମଧ୍ୟ ବହୁ ସମସ୍ୟା ଦେଖା ଦେଇଛି । ବିଭିନ୍ନ ସମୟରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବହୁ ମୂଲ୍ୟବାନ ଜୀବନ ମଧ ଅକାଳରେ ଝଡି ପଡିଥାଏ ।
ଏହାର ମନେ।ରମ ଦୃଶ୍ୟ ଉପଭୋଗ କରିବା ପାଇଁ ୱାଚ ଟାୱାର,ସୁରକ୍ଷା ବାଡ଼,ଉଜ୍ଜ୍ୱଳ ଆଲେ।କ, ପକ୍କାରାସ୍ତା ନିର୍ମାଣକାର୍ଯ୍ୟ ବହୁ ପୂର୍ବରୁ ହେ।ଇଥିଲେ ସୁଦ୍ଧା ଏହାର ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଏବଂ ସୁରକ୍ଷାବାଡ଼ ଭାଙ୍ଗିଗଲାଣି । ଫଳରେ ବିଭିନ୍ନ ସମୟରେ ଅଘଟଣ ଘଟିଚାଲିଛି । ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଅଶାନ୍ତି ଭରି ରହୁଛି । ସେହିପରି ପର୍ଯ୍ୟଟନକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କିଛି ନାହିଁ କି ଏଠାରେ ଶୌଚାଳୟ କିମ୍ବା ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏ ଦିଗରେ କେବେ ଟୁରିଜିମ ବିଭାଗର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।
ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ । କୋଲକାତା ଠାରୁ ୨୪୦ କି.ମି ଦୂର ରେ ଏବଂ ବାଲେଶ୍ୱର ଠାରୁ ୬୦ କି.ମି ଦୂର ରେ ଅବସ୍ଥିତ । ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ ।
ତେବେ ଭୀମକୁଣ୍ଡ ଠାରେ ସୁରକ୍ଷା ବାଡ଼ ସହିତ କୁଣ୍ଡ ମାନଙ୍କରେ ତାରଜାଲି ତିଆରି କରାଯାଉ ବେ।ଲି ସାଧାରଣରେ ଦାବି ହେଉଛି । ବାରମ୍ବାର କହିବା ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରୁନି ସ୍ଥାନୀୟ ପ୍ରଶାସନ ବେ।ଲି ଅଭିଯେ।ଗ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/77-2_1626940469.jpg)