Advertisment

ପୁଣି କମଳଙ୍କ କମାଲ୍‌: ତିଆରି କଲେ ମନି ପର୍ସ ସାନିଟାଇଜର୍

ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର ପରେ ଗିନିଜ ବୁକ ରେକର୍ଡ ପାଇଁ ମିନି ଭେକ୍ୟୁମ୍ କ୍ଲିନର ପରେ ଫୁଟ୍ ଅପରେଟ୍ ସାନିଟାଇଜର ତିଆରି ଚର୍ଚ୍ଚାରେ ଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି କମଳ ଦାବି କରିଛନ୍ତି।। ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ଏହି ମନିପର୍ସ ପ୍ରସ୍ତୁତ ହୋଇଯିବ […]

ପୁଣି କମଳଙ୍କ କମାଲ୍‌: ତିଆରି କଲେ ମନି ପର୍ସ ସାନିଟାଇଜର୍

sani

Advertisment

ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର ପରେ ଗିନିଜ ବୁକ ରେକର୍ଡ ପାଇଁ ମିନି ଭେକ୍ୟୁମ୍ କ୍ଲିନର ପରେ ଫୁଟ୍ ଅପରେଟ୍ ସାନିଟାଇଜର ତିଆରି ଚର୍ଚ୍ଚାରେ ଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି କମଳ ଦାବି କରିଛନ୍ତି।। ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ଏହି ମନିପର୍ସ ପ୍ରସ୍ତୁତ ହୋଇଯିବ ବୋଲି କମଳ କହିଛନ୍ତି।

Advertisment

କମଳ କିଶୋର ମାଝି ଚଳିତ ବର୍ଷ ଦ୍ୱାଦଶ ପାସ କରିଛନ୍ତି। ଆଗକୁ ଅଧିକ ପଢ଼ିବ ବୋଲି ଆଶା ରଖି ଆଗେଇ ଚାଲିଛନ୍ତି। ପୂର୍ବରୁ କମଳ ତିନି ତିନୋଟି ଉଦ୍ଭାବନ କରି ଚର୍ଚ୍ଚାରେ ରହିଥିଲେ। ତେବେ କରୋନା ମହାମାରୀ ସମୟରେ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି ନିଶ୍ଚିତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କମଲ ଦାବି କରିଛନ୍ତି। ତାଙ୍କର ମନି ପର୍ସ ସାନିଟାଇଜର ଡିଭାଇସଟି ନିଶ୍ଚିତ ଭାବେ ଟଙ୍କାକୁ ସାନିଟାଇଜିଂ କରିପାରୁଛି।

ଏହା ଯଦି ସଂକ୍ରମିତଙ୍କ ପାଖରୁ ଆସିଥାଏ ତେବେ ଏହାକୁ ଆମକୁ ସଂକ୍ରମିତ କରିବା ଆଶା ରହୁଛି। ଏହାକୁ ଲକ୍ଷ୍ୟ କରି କମଲ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି। ଏଥିପାଇଁ ଭଲ ମୋବାଇଲ ଫୋନ ବ୍ୟାଟେରୀ, ୟୁଭି ଟାଇପ ସି ମଡ୍ୟୁଲ ଏଲଇଡି (ୱାଟର ପ୍ୟୁରିଫାୟାର), IN4007 ଡାଇଅଡ୍, କିଛି ଏଲଇଡି ଲାଇଟ, ରେଜିସଷ୍ଟାଣ୍ଟ, ଇଅରଫୋନ ତାର, ମାଇକ୍ରୋ ପୁସ ସୁଇଜ, ବ୍ୟାଟେରି ଚାର୍ଜିଂ ଜ୍ୟାକ, ବ୍ୟାଟେରୀ ଖୋଳ ଦରକାର। ଯାହା କିଣିବା ପାଇଁ ପାଖାପାଖି ୭୦୦ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ୨ରୁ ୩ଘଣ୍ଟାର ଆବଶ୍ୟକତା ରହୁଛି। ଏହା ଦ୍ୱାରା ଆମେ ଏହାକୁ ପର୍ସ ରଖିଦେଲେ ଏହାର ମାଇକ୍ରୋ ପୁସ ସୁଇଜକୁ ଚିପି ଧରିଲେ ଏହାର ଲାଇଟ ପଡିବା ଦ୍ୱାରା ଟଙ୍କା ଆପେ ଆପେ ସାନିଟାଇଜିଂ ହୋଇଯିବ।

Advertisment

ଟଙ୍କା ରଖିବା ସମୟରେ ଓ ବାହାରି କରିବା ସମୟରେ ଅଳ୍ପ କିଛି ସମୟ ଏହି ମାଇକ୍ରୋ ପୁସ ସୁଇଚ୍ ଚିପିବା ଦ୍ବାରା ଏହା ଟଙ୍କାଟିକୁ ସାନିଟାଇଜିଂ କରିଥାଏ। ଏହା ଦ୍ୱାରା କରୋନା ଚେନ୍ ସଂକ୍ରମିତ ରୋକି ପାରିବା। ଏହା ଏତେ ଛୋଟ ଯେ ଏହାକୁ ଆମେ ପକେଟରେ କିମ୍ବା ପର୍ସରେ ଭଲ ଭାବେ ରଖି ପାରିବା।

ଟଙ୍କାକୁ ସାନିଟାଇଜିଂ କରିବା ପାଇଁ ସାନିଟାଇଜରର ଆବଶ୍ୟକତା ମଧ୍ୟ ନାହିଁ। ଏହାକୁ ଆମେ ବ୍ୟାଙ୍କ କିମ୍ବା ଅଧିକ ଟଙ୍କା ଗଣାଯାଉଥିବା କିମ୍ବା ବ୍ୟବହାର ସ୍ଥାନରେ ବ୍ୟବହାର କରିବା। ଏହାର ଲାଇଟ ପଡିଲେ ଶରୀରରେ କୌଣସି ପ୍ରକାର କ୍ଷତି ହେବ ନାହିଁ। ଏପରିକି ଏହା ଚର୍ମ ସଂସ୍ପର୍ଶରେ ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ