Advertisment

ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଟିଭିକୁ ବଦ୍‌ନାମ୍ କରିବାକୁ ଅପଚେଷ୍ଟା

ଭୁବନେଶ୍ୱର: ଓଟିଭି ବିରୋଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଭଳି ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ବି ଜାଗର କଭରେଜ୍ ବେଳେ, ଓଟିଭି ସୋଶାଲ୍ ମିଡିଆରେ ଜଣେ କୁନି ବ୍ରାହ୍ମଣଙ୍କ ଏକ ମଜାଦାର ଭିଡିଓ ଛଡ଼ାଯାଇଥିଲା। ଏଥିରେ ନା ଥିଲା କାହା ପ୍ରତି ଆକ୍ଷେପ, ନା ସମାଲୋଚନା।  ତେବେ ଏହାକୁ ଆଧାର କରି ଓଟିଭିକୁ ବଦ୍‌ନାମ କରିବା ପାଇଁ, ଭଦ୍ରକ ଆରଡ଼ି ପୀଠର କିଛି ନ୍ୟସ୍ତ ସ୍ୱାର୍ଥ ସେବାୟତ ଗତ ୨୪ […]

ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଟିଭିକୁ ବଦ୍‌ନାମ୍ କରିବାକୁ ଅପଚେଷ୍ଟା

heg

Advertisment

ଭୁବନେଶ୍ୱର: ଓଟିଭି ବିରୋଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଭଳି ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ବି ଜାଗର କଭରେଜ୍ ବେଳେ, ଓଟିଭି ସୋଶାଲ୍ ମିଡିଆରେ ଜଣେ କୁନି ବ୍ରାହ୍ମଣଙ୍କ ଏକ ମଜାଦାର ଭିଡିଓ ଛଡ଼ାଯାଇଥିଲା। ଏଥିରେ ନା ଥିଲା କାହା ପ୍ରତି ଆକ୍ଷେପ, ନା ସମାଲୋଚନା।  ତେବେ ଏହାକୁ ଆଧାର କରି ଓଟିଭିକୁ ବଦ୍‌ନାମ କରିବା ପାଇଁ, ଭଦ୍ରକ ଆରଡ଼ି ପୀଠର କିଛି ନ୍ୟସ୍ତ ସ୍ୱାର୍ଥ ସେବାୟତ ଗତ ୨୪ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ ଓ ବୁଦ୍ଧିଜୀବୀ।

Advertisment

publive-image

ଭଦ୍ରକ ଆରଡ଼ି ପୀଠର ଏ କୁନି ବ୍ରାହ୍ମଣଙ୍କ ଭିଡିଓ ଭାଇରାଲ୍ ହେବା ପରେ, ବିଚଳିତ କିଛି ସ୍ଥାନୀୟ ନ୍ୟସ୍ତ ସ୍ୱାର୍ଥ ସେବାୟତ ଗୋଷ୍ଠୀ। ଓଟିଭି ବିରୋଧରେ ଆକ୍ଷେପମୂଳକ ନାରାବାଜି ଓ ଶୋଭାଯାତ୍ରା କରିଛନ୍ତି। ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର କଭରେଜ୍ ବେଳେ, ଜଣେ କୁନି ପିଲାର ଅଭିଜ୍ଞଙ୍କ ଭଳି ମନ୍ତ୍ରପାଠ ଭିଡିଓକୁ ‘ମୁଁ ଚୁଇଁ ଗୋସେଇଁ ନାଁରେ’, କେବଳ ଏକ ମଜାଦାର ଭିଡିଓ ଭାବେ ଓଟିଭି ସୋଶାଆଲ୍ ମିଡିଆରେ ଛଡ଼ାଯାଇଥିଲା। ଏହାକୁ କେତେକ ସେବାୟତ ଓଟିଭି କ୍ୟାମେରାମ୍ୟାନଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଭିଡିଓ ସୁଟିଂ କଲା ବେଳେ ଘଟଣାସ୍ଥଳରେ ଡ୍ୟୁଟିରେ ଥିବା ଭଦ୍ରକ ଅତିରିକ୍ତ ଏସ୍‌ପି

ଆର୍ତ୍ତବନ୍ଧୁ ପାଢ଼ୀ ଏହାକୁ ଖଣ୍ଡନ କରିଛନ୍ତି। ଏକ ମଜାଦାର ଘଟଣା ପାଇଁ ଭିଡିଓ ସୁଟ୍‌ ହୋଇଥିଲା ବୋଲି କହିଛନ୍ତି ଏସ୍‌ପି।

Advertisment

publive-image

ନା ଆଖଣ୍ଡଳମଣି ପୀଠ, ନା ପଣ୍ଡା-ସେବାୟତ, କାହାକୁ ବି ଅପମାନ କରିବା ଏ ଭିଡିଓ ପ୍ରସାରିତ କରିବା ପଛର ଉଦ୍ଦେଶ୍ୟ ନଥିଲା। ତେବେ ବଡ଼ ପ୍ରଶ୍ନ ଅଭିଯୋଗ ନିରାଧାର ଜାଣି ମଧ୍ୟ ହଠାତ୍ ଏଭଳି ପ୍ରତିକ୍ରିୟା କାହିଁକି? ଏହା ପଛରେ କାହାର ରହିଛି ମନ୍ଦ ଉଦ୍ଦେଶ୍ୟ? ଚର୍ଚ୍ଚା ହେଉଛି, ଏଭଳି ଓଟିଭି ବିରୋଧୀ ବିକ୍ଷୋଭ ପଛରେ କିଛି ନ୍ୟସ୍ତସ୍ୱାର୍ଥ ସେବାୟତଙ୍କର ଭୂମିକା ରହିଛି। ଯାହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ।

publive-image

ଓଟିଭି ଲଗାତାର ଭାବେ ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରୁ ଜାଗରରେ ସିଧାପ୍ରାସରଣ ସହ ନିୟମିତ କଭରେଜ୍ କରିଆସୁଛି। ତେବେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ନିରାଧାର ପ୍ରସଙ୍ଗକୁ ନେଇ ଓଟିଭିକୁ ବଦ୍‌ନାମ୍ କରିବା ଲାଗି ଏଭଳି ଅପଚେଷ୍ଟା କରିବା କେତେଦୂର ଠିକ୍ ଏହା ଆମେ ଦର୍ଶକଙ୍କ ବିଚାର ଉପରେ ଛାଡୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ