love
ସୋର : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆଉ ଶେଷରେ ପ୍ରତାରଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତାପଡ଼ା ଥାନା ଅଞ୍ଚଳରେ।
ଅଭିଯୋଗ ଅନୁସାରେ, ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡ଼ାର ଜଣେ ଯୁବକ ଏଭଳି କାଣ୍ଡ କରିଛି । ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପୀଡ଼ିତା ଜଣକ କହିଛନ୍ତି।
ଘଟଣା ଅନୁଯାଇ ,ଭଦ୍ରକ ତିହିଡି ଅଞ୍ଚଳର ଜନୈକା ଝିଅ ନର୍ସିଂ ତାଲିମ ନେବା ପାଇଁ ବାଲେଶ୍ୱର ଆସିଥିବା ସମୟରେ ସେଠାରେ ହୋଟେଲରେ କାର୍ଯ୍ୟ କରୁଥିବା ପଣପଣା ଅଞ୍ଚଳର ଯୁବକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲା। ସଂପୃକ୍ତ ଯୁବକ ଖାଲି ସେତିକି ନୁହେଁ, ପୁରୀରେ ରଥଯାତ୍ରା ସମୟରେ ଯୁବକ ତାଙ୍କୁ ବିବାହ କରିଥିଲା। ତେବେ ଏହାର କିଛି ଦିନ ପରେ ତାଙ୍କୁ ଯୁବକ ଜଣକ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ।
ଖନ୍ତାପଡା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟ ଆଈଙ୍କ ଘରେ ଯୁବତୀଙ୍କୁ ଛାଡି ଯୁବକ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଯୁବକ ଜଣଙ୍କ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବା ପାଇଁ ଚକ୍ରାନ୍ତ କରୁଥିବା ଖବର ପାଇବା ପରେ ଏ ନେଇ ପୀଡ଼ିତା ଖନ୍ତାପଡ଼ା ଥାନାରେ ଗତ ୨ ତାରିଖରୁ ଅଭିଯୋଗ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/love_1626687745.jpg)