Advertisment

Betrayal and Murder: ଶାର୍ପ ଶୁଟର ଲଗାଇ ମାରିଲେ...ଘରକୁ ଆସି ମିଛ ସମବେଦନା ଜଣାଇଲେ

ଶାର୍ପ ଶୁଟର ଲଗାଇ ମାରିଲେ। ଘରକୁ ଆସି ମିଛ ସମବେଦନା ଜଣାଇଲେ। ପୀତବାସଙ୍କ ପତ୍ନୀଙ୍କୁ କହିଲେ, ଆମେ ତୁମ ସହିତ ଅଛୁ। କିଛି ନଜାଣିଲା ଭଳି ଆସି ପୀତବାସଙ୍କ ପରିବାରକୁ ଦମ୍ଭ ଦେଲେ।

Bikram Panda

Bikram Panda Photograph: (OTV)

Advertisment

ଆଇନଜୀବୀ ତଥା ରାଜନେତା ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ନିଜେ ସାଂଘାତିକ ଷଡଯନ୍ତ୍ର କରି ଶାର୍ପ ଶୁଟର ଲଗାଇଲେ। ଥରେ କି ଦୁଇଥର ନୁହେଁ ତିନି ଥର ମାରିବାକୁ ଯୋଜନା କରିବା ଆଉ ପରେ ସଫଳ ହେବା ପରେ ଇଏ ଥିଲା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ମିଛ ଶାନ୍ତ୍ବନା । ପୀତବାସଙ୍କ ମୃତ୍ୟୁ ପରେ ଖୁସି ହୋଇଥିବା ବିକ୍ରମ କିପରି ପରିବାର ପାଖରେ ଦୁଃଖରେ ଭାଙ୍ଗି ପଡିଥିବାର ମିଛ ନାଟକ କଲେ। ମିଛ ସମବେଦନା ଜଣାଇଲେ। କହିଲେ ବ୍ୟସ୍ତ ହୁଅନ୍ତୁନି ଆମେ ଆପଣଙ୍କ ସହିତ ଅଛୁ। ଠିକ ରାଜନେତାଙ୍କ ଭଳି। ଇଏ ହେଉଛନ୍ତି ସେହି ବିକ୍ରମ ପଣ୍ଡା ଯାହାଙ୍କୁ ରାଜନୀତିକୁ ଆଣିବା ସହ ଏକ ଭିନ୍ନ ପରିଚୟ ଦେଇଥିଲେ ପୀତବାସ ପଣ୍ଡା। ହେଲେ ଶେଷରେ ସେହି ବିକ୍ରମ ଯେ ତାଙ୍କ ଜୀବନ ନେବ ଏକଥା କେହି ଭାବିନଥିଲେ। 
ସେହିପରି ବ୍ରହ୍ମପୁର କୋର୍ଟ ପରିସରରେ ଓକିଲ ସଂଘ ତରଫରୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି। ଆଉ ଏଠି ବି ବିକ୍ରମ ପଣ୍ଡା ହାତରେ ଫୁଲ ମାଳ ଧରି ପୀତବାସଙ୍କ ମର ଶରୀର ଉପରେ ପକାଇଥିଲେ। ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦୁଃଖରେ ଭାଙ୍ଗି ପଡିଥିବାର ଅଭିନୟ କରିବାକୁ ପଛାଇ ନଥିଲେ ବିକ୍ରମ। ଏବେ ନିହାତି ଆପଣଙ୍କ ମନକୁ ଆସୁଥିବ ସତରେ ମଣିଷ ଏ ସ୍ତରକୁ ବି ଯାଇପାରେ। ଏହି ଘଟଣା ପରେ ବିକ୍ରମ ପଣ୍ଡାଙ୍କ ଅସଲ ମୁଖା ଖୋଲିଥିବା ବେଳେ ଅନେକଙ୍କୁ ଚକିତ କରିଛି।

Advertisment

ଅଧିକ ଦେଖନ୍ତୁ:

Pitabas Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ