Advertisment

ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା

ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର। ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ମିଳିବ। ସରକାରୀ ଅଧିକାରୀ ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ବୋଲି ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା

ashok panda

ଭୁବନେଶ୍ୱର: ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର। ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ମିଳିବ। ସରକାରୀ ଅଧିକାରୀ ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ବୋଲି ସୂଚନା ମିଳିଛି। ଭତ୍ତା ଆଣିବା ପାଇଁ ହିତାଧିକାରୀଙ୍କୁ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି ଭତ୍ତା ବଣ୍ଟନ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଏହାଛଡ଼ା ରାଜ୍ୟରେ କରୋନାରେ ଅନାଥ ହୋଇଛନ୍ତି ୩୫ ଜଣ ଶିଶୁ। ଏନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ତୁରନ୍ତ ସମସ୍ତ ରିପୋର୍ଟ ଦାଖଲ କରିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Advertisment

ସୂଚନା ଅନୁସାରେ, ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ମଧ୍ୟ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରୁ ୨ ଜଣ ଲେଖାଏଁ ମୃତ୍ୟ ବରଣ କରିଥିବା ରିପୋର୍ଟ ମିଳିଛି । ବଲାଙ୍ଗିର, ଢେଙ୍କାନାଳ, ଗଂଜାମ, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି ।

Advertisment
Advertisment