/odishatv-khabar/media/media_files/2026/01/25/abhijit-mujimdar-death-2026-01-25-13-13-12.jpg)
Abhijit Mujimdar Death Photograph: (OTV)
ଆଉ ଶୁଭିବନି ଦୁଷ୍ଟାମୀର ଗୀତ । ଆଉ ଏମିତି ସଂଗୀତ ଷ୍ଟୁଡିଓରେ ମସ୍ତି କରିବେନି ଅଭିଜିତ୍ । ଥଟ୍ଟା ମଜାରେ ଉଚ୍ଛୁଳୁଥିବା ସେ ରେକର୍ଡିଂ ରୁମରୁ ଆଉ ଦାଦାଙ୍କ ସ୍ବର ଶୁଭିବନି । ଅଭିଜିତ... ସେ ଜିତ୍... ତାଙ୍କଠୁ ହାର୍ ବହତ ଦୂରରେ । ଜିତିବା ପାଇଁ ଜନ୍ମ ନେଇଥିବା ଏ ମଣିଷ ଏବେ ସବୁଦିନ ପାଇଁ ଶେଷରେ ହାରିଯାଇଛନ୍ତି ।
ଯାହାଙ୍କୁ ପୂରା ଓଡ଼ିଶା ଭଲପାଏ... ଯିଏ ପେଣ୍ଡାଲକୁ ଚଢିଲେ ମଞ୍ଚ ତଳେ ଦର୍ଶକ ନାଚି ଉଠନ୍ତି l ତାଙ୍କ କଞ୍ଚା ହଳଦୀ ଗୀତ ଯୁବପିଢିଙ୍କୁ ବାଇଆ କରେ l ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ।
ଦିନ ଥିଲା ଆମ ଅଭିଜିତ ଦାଦାଙ୍କ ସଂଗୀତ କ୍ୟାରିୟର ଏତେ ସହଜ ନଥିଲା । ସେ କଲେଜରେ ପାଠ ପଢିବା ବେଳେ ଗୀତ ତାଙ୍କୁ ପାଗଳ ସଜାଇଦେଇଥିଲା l ସେଥିପାଇଁ ସମ୍ବଲପୁରରୁ ସିଧା ଚାଲିଆସିଥିଲେ କଟକକୁ । ଆଉ କଟକରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଯାତ୍ରା । ପ୍ରଥମେ କିଛି ଆଲବମ ଏବଂ ଭଜନ କରିବାର ସୁଯୋଗ ପାଇଥିଲେ ଅଭିଜିତ୍ l ତାଙ୍କ ପାଖରେ ଏତେ ଟଙ୍କା ବି ନଥିଲା । ସାଇକେଲରେ ଯାଇ ଗୀତକୁ ନେଇ କ୍ୟାରିୟର କରିବାର ସ୍ବପ୍ନ ଦେଖୁଥିଲେ l
‘ଅଜଣା ବାଟେ ଅଜଣା ଘାଟେ ଝିଅଟିଏ ଦେଖିଲି’ ଏହି ଆଲବମ ଗୀତ ତାଙ୍କୁ ପ୍ରଥମେ କିଛିଟା ପରିଚିତ କରାଇଥିଲା I ପରେ ମା’ ତାରିଣୀଙ୍କ ଭଜନ ନଡ଼ିଆରେ ଲାଗିଥାଉ କତା ଲୋ ଗଜମୁକୁତା ଗୀତ ପ୍ରତ୍ୟେକ ଲୋକଙ୍କ ନିକଟରେ ଅଭିଜିତଙ୍କୁ ପହଞ୍ଚାଇଥିଲା l ଆଉ ତା’ ପରଠାରୁ କେବେ ପଛକୁ ବୁଲି ଚାହିଁ ନାହାନ୍ତି ଦାଦା ।
ତରଙ୍ଗ ଓ ସାର୍ଥକ ବ୍ୟାନରେ ରହିଛି ତାଙ୍କର ଗଦା ଗଦା ସୁପର ହିଟ୍ ଗୀତ ।
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କି ଆଲବମ୍ ଜଗତ ସବୁଥିରେ ସେ ସୁନ୍ଦର ସୁନ୍ଦର ହିଟ୍ ଗୀତ ଦେଇ ଆସିଛନ୍ତି । ଗୀତ ଗାଇ ସେ ଯେତିକି ଫେମସ୍ ହୋଇଛନ୍ତି । ତା’ ଠାରୁ ତାଙ୍କର ସଂଗୀତ ନିର୍ଦ୍ଦେଶନା ଶୈଳୀ ଅଭିଜିତଙ୍କୁ ଆହୁରି ଲୋକଙ୍କ ନିକଟରେ ପହଞ୍ଚାଇଛି । ୫୦ ଟଙ୍କା ପାରିଶ୍ରମିକରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟରେ ରାଜ୍ କରୁଛନ୍ତି । ଗୀତକୁ ଭଲପାଉଥିବା ମଣିଷଟାକୁ ପୂରା ଓଡ଼ିଶା ଭଲ ପାଉଛି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବପୂର୍ଣ୍ଣ ଭଜନ ‘ମାନନୀୟ ଜଗନ୍ନାଥ ଆହେ ମାନ୍ୟବର ମଞ୍ଜୁର କର ହେ ଛୁଟି ଦରଖାସ୍ତ ମୋର’ ଏହି ଗୀତଟି ଯାହା କଣ୍ଠୁରୁ ଦିନେ ଝରିଯାଇଥିଲା । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଖାଲି ଏତିକି ନୁହେଁ, ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ତିଆରି କରିଛନ୍ତି । ତରଙ୍ଗ ଟିଭିରେ ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି । ତାଙ୍କର ପ୍ରତିଟି ଗୀତ ଯୁବପିଢ଼ିଙ୍କୁ ଝୁମାଇଛି ।
Prakash Raj Slams Hindi Cinema: ହିନ୍ଦୀ ସିନେମାକୁ ଟାର୍ଗେଟ୍ କଲେ ପ୍ରକାଶ ରାଜ; କହିଲେ "ନକଲି" ଏବଂ "ଟଙ୍କା-ଚାଳିତ"

Abhijit Majumdar's Death: ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ୍, ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

Hindu Man Burned Alive: ଶୋଇଥିବା ବେଳେ ଜୀଅନ୍ତା ଜାଳିଦେଲେ, ଯୋଜନାବଦ୍ଧ ଭାବେ ଯୁବକଙ୍କୁ ହତ୍ୟା ଅଭିଯୋଗ

Mouni Roy Breaks Silence on Harassment: ମଞ୍ଚରେ ମୌନୀ ରୟଙ୍କୁ ଦୁର୍ବ୍ୟବହାର; ଏମିତି କଲେ ଦୁଇ ଅଙ୍କଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)