uu
ଭଦ୍ରକ: ଗତବର୍ଷ ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ୍ ମାଡ଼ିଯିବା ଘଟଣାରେ ଆହତ ଛାତ୍ରୀ ଶୀତଲ ସାହୁଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶୀତଲଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଚିକିତ୍ସା ସତ୍ତ୍ୱେ ସୁସ୍ଥ ହେବା ପରିବର୍ତ୍ତେ ଶୀତଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ସହାୟତା ନ ମିଳିବାରୁ ବର୍ଷେ ହେବ ସେ ଶଯ୍ୟାରେ ପଡ଼ିରହିଥିଲେ । ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି ଓ ଡାହାଣ ଗୋଡ଼ ମଧ୍ୟ ଅଚଳ ହେବାକୁ ବସିଛି। ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଶୀତଲ ଇଚ୍ଛାମୃତ୍ୟୁ ଚାହୁଁଥିବା ଖବର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/uu_1626693247.jpg)